ଆସନ୍ତା ମାସ 19 ତାରିଖରେ ପଶ୍ଚିମବଙ୍ଗ ରେ 5ଟି ବିଧାନସଭା ଆସନ ଲାଗି ଉପ ନିର୍ବାଚନ ଅନୁଷ୍ଠିତ ହେବ ବୋଲି ନିର୍ବାଚନ କମିଶନ ଘୋଷଣା କରିଛନ୍ତି |ଏହି ଆସନ ଗୁଡିକ ହେଲା ଇସଲାମପୁର, କାଣ୍ଡି, ନୋୱାଡା, ହାବିବପୁର ଓ ଭାତପରା | ପୂର୍ବରୁ ଘୋଷଣା ହୋଇଥିବା ଦାର୍ଜିଲିଙ୍ଗ ବିଧାନସଭା ଆସନ ଲାଗି ମଧ୍ୟ ସେହି ଦିନ ଉପ ନିର୍ବାଚନ ହେବ |
ଲୋକକସଭା ନିର୍ବାଚନ ଲାଗି ରାଇଗଞ୍ଜ ରୁ ତୃଣମୂଳ କଂଗ୍ରେସ ବିଧାୟକ କନାଇଆଲାଲଙ୍କୁ ପାର୍ଟି ପକ୍ଷରୁ ଛିଡା କରାଯିବା ପରେ ସେ ନିଜ ପଦବୀରୁ ଇସ୍ତଫା ଦେଇଥିବା ଯୋଗୁଁ ଇସଲାମପୁର ଆସନ ଖାଲି ପଡିଥିବାରୁ ଉପ ନିର୍ବାଚନ ହେଉଥିବା ବେଳେ ନୋୱାଡା ଓ କାଣ୍ଡି ରେ କଂଗ୍ରେସ ର ଆବୁ ତାହିର ଖାଁ ଓ ଅପୂର୍ବା ସରକାର ତୃଣମୂଳ କଂଗ୍ରେସ ରେ ଯୋଗ ଦେଇଥିବାରୁ ସେଠାରେ ଉପ ନିର୍ବାଚନ ହେଉଛି |
ସେହିପରି ହାବିବପୁର ଓ ଭାତପରା ରେ ସିପିଆଇଏମ ର ଖାଗେନ ଓ ଟିଏମସି ର ଅର୍ଜୁନ ସିଂ ବିଜେପି ରେ ଯୋଗ ଦେଇ ବିଧାୟକ ପଦବୀ ରୁ ଇସ୍ତଫା ଦେଇଥିବାରୁ ସେହି ଆସନ ଗୁଡିକ ଖାଲି ପଡିଥିଲା | ଟିଏମସି ବିଧାୟକ ଆମର ସିଂ ରାୟ ନିଜ ପଦବୀ ରୁ ଇସ୍ତଫା ଦେଇଥିବାରୁ ଦାର୍ଜିଲିଙ୍ଗ ଆସନ ଖାଲି ପଡିବାରୁ ସେଠାରେ ଉପନିର୍ବାଚନ ହେଉଛି |
ଲୋକସଭା ନିର୍ବାଚନ ପାଇଁ ଭୋଟ ଗଣନା ସହ ମେ 23 ତାରିଖରେ ଏହି ଉପ ନିର୍ବାଚନ ର ମଧ୍ୟ ଭୋଟ ଗଣନା କରାଯିବ |