ଏୟାର ଇଣ୍ଡିଆ ଏକ୍ସପ୍ରେସ ଜେଟ ଏୟାରୱେଜର କିଛି ବୋଇଙ୍ଗ 737 ବିମାନ ଲିଜରେ ନେବାକୁ ବିବେଚନା କରୁଛି  

ଏୟାର ଇଣ୍ଡିଆ ଏକ୍ସପ୍ରେସ ଜେଟ ଏୟାରୱେଜର କିଛି ବୋଇଙ୍ଗ 737 ବିମାନ ଲିଜରେ ନେବାକୁ ବିବେଚନା କରୁଛି  | ଆର୍ଥିକ ସଙ୍କଟରେ ଥିବା ଜେଟ ଏୟାରୱେଜ ଏହାର ବିମାନ ପରିଚାଳନା ବନ୍ଦ କରିବା ପରେ ଜେଟ ଏୟାରୱେଜର ଅନେକ ବୋଇଙ୍ଗ 737 ବିମାନକୁ ବିଭିନ୍ନ ବିମାନ ବନ୍ଦର ଗୁଡିକରେ ପାର୍କ କରି ରଖାଯାଇଛି |

ପୂର୍ବରୁ ଲିଜରେ ନେଇଥିବା କମ୍ପାନୀ ଗୁଡିକୁ ଭଡା ଅର୍ଥ ପଇଠ କରାଯାଇପାରି ନ ଥିବାରୁ ଜେଟ ଏୟାରୱେଜ ଏହାର 69 ଟି ବୋଇଙ୍ଗ ବିମାନ ପରିଚାଳନା ମଧ୍ୟ ଗତ ସପ୍ତାହରେ ବନ୍ଦ କରିବାକୁ ବାଧ୍ୟ ହୋଇଥିଲା |

ପରେ ଏପ୍ରିଲ 16 ତାରିଖରେ ଜେଟ ଏୟାରୱେଜ ଏହାର ବାକି ସବୁ ବିମାନ ପରିଚାଳନା ବନ୍ଦ କରିଦେଇଥିଲା | ଏୟାର ଇଣ୍ଡିଆ ଏକ୍ସପ୍ରେସ ଜେଟ ଏୟାରୱେଜର ପାଞ୍ଚୋଟି ବୋଇଙ୍ଗ 737 ବିମାନ ଲିଜରେ ନେବା ପ୍ରସ୍ତାବ ଉପରେ ଆଲୋଚନା କରୁଛି |