ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ସକାଶେ ଆଜି ବିଜ୍ଞପ୍ତି ଜାରି କରାଯିବ

ଲୋକସଭା ନିର୍ବାଚନର ସପ୍ତମ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ସକାଶେ ଆଜି ବିଜ୍ଞପ୍ତି ଜାରି କରାଯିବ | ମେ 19 ତାରିଖରେ ସପ୍ତମ ତଥା ଶେଷ ପର୍ଯ୍ୟାୟରେ 7 ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ର ଶାସିତ ଅଞ୍ଚଳର 59 ଟି ଆସନ ପାଇଁ ମତଦାନ ହେବ |

ଉତ୍ତର ପ୍ରଦେଶ ଏବଂ ପଞ୍ଜାବର 13 ଟି ଲେଖାଏଁ ଆସନ, ପଶ୍ଚିମ ବଙ୍ଗର 9 ଟି, ମଧ୍ୟ ପ୍ରଦେଶ ଏବଂ ବିହାରର 8 ଟି ଲେଖାଏଁ ଆସନ, ହିମାଚଳ ପ୍ରଦେଶର 4 ଟି, ଝାଡ଼ଖଣ୍ଡର 3 ଟି ଲୋକସଭା ଆସନରେ ଶେଷ ପର୍ଯ୍ୟାୟରେ ଭୋଟ ଗ୍ରହଣ ହେବ |

ପ୍ରାର୍ଥୀ ମାନେ ସେମାନଙ୍କର ମନୋନୟନ ପତ୍ର ଆଜିଠାରୁ ଏପ୍ରିଲ 29 ତାରିଖ ପର୍ଯ୍ୟନ୍ତ ଦାଖଲ କରିପାରିବେ | ମେ 19 ତାରିଖରେ ମତଦାନ ହେବ |