ଆଇପିଏଲ : ଦିଲ୍ଲୀ ରାଜସ୍ଥାନ ରୋୟାଲ୍ସ କୁ 6 ଉଇକେଟ ରେ ପରାସ୍ତ କରିଛି

ଜୟପୁରରେ ସୋମବାର ଦିନ ଖେଳାଯାଇଥିବା ଆଇପିଏଲ କ୍ରିକେଟରେ  ଦିଲ୍ଲୀ କ୍ୟାପିଟାଲ୍ସ ରାଜସ୍ଥାନ ରୋୟାଲ୍ସ କୁ 6 ଉଇକେଟ ରେ ପରାସ୍ତ କରିଛି | ପୂର୍ବରୁ  ଦିଲ୍ଲୀ କ୍ୟାପିଟାଲ୍ସ ଟସ  ଜିଣି ବୋଲିଙ୍ଗ କରିବାକୁ ନିଷ୍ପତ୍ତି ନେଇଥିଲା |

ରାଜସ୍ଥାନ ରୋୟାଲ୍ସ ନିର୍ଦ୍ଧାରିତ 20 ଓଭର ରେ 6 ଉଇକେଟ ବିନିମୟରେ 191 ରନ ସଂଗ୍ରହ କରିଥିଲା | ଦିଲ୍ଲୀ କ୍ୟାପିଟାଲ୍ସ ଆଉ ଚାରୋଟି ବଲ ବାକି ଥିବା ବେଳେ ଲକ୍ଷ୍ୟ ହାସଲ କରି ଜିଣି ଯାଇଥିଲା |

ଆଜି ଚେନ୍ନାଇ ରେ ସନ ରାଇଜର୍ସ ହାଇଦ୍ରାବାଦ ଓ ଚେନ୍ନାଇ ସୁପର କିଙ୍ଗସ ମଧ୍ୟରେ ଭେଟା ଭେଟି ହେବ |