ନସିମ ଜାଇଦି ଜେଟ ଏୟାରୱେଜ ବୋର୍ଡରୁ ଇସ୍ତଫା ଦେଲେ

 

 

ନସିମ ଜାଇଦି ଜେଟ ଏୟାରୱେଜ ବୋର୍ଡର ଅଣ କାର୍ଯ୍ୟନିର୍ବାହି ଏବଂ ଅଣ ସ୍ବାଧୀନ ନିର୍ଦେଶକ ପଦରୁ  ଇସ୍ତଫା ଦେଇଛନ୍ତି  | ପୂର୍ବତନ ମୁଖ୍ୟ ନିର୍ବାଚନ କମିଶନର ଏବଂ ପୂର୍ବତନ ବେସାମରିକ ବିମାନ ଚଳାଚଳ ସଚିବ ଶ୍ରୀ ଜାଇଦି ଗତ ବର୍ଷ ଅଗଷ୍ଟ ମାସରେ ଜେଟ ଏୟାରୱେଜରେ ଯୋଗ ଦେଇଥିଲେ | ଏୟାରୱେଜ ପକ୍ଷରୁ କୁହାଯାଇଛି ଯେ ବ୍ୟକ୍ତିଗତ କାରଣ ଦର୍ଶାଇ ଶ୍ରୀ ଜାଇଦି ଇସ୍ତଫା ଦେଇଛନ୍ତି |