ମେ 2 ପରେ ଇରାନରୁ ତୈଳ ଆମଦାନୀ କଲେ କଟକଣା ଲାଗୁ କରିବ ଆମେରିକା

 

ଇରାନ ରୁ ତୈଳ ଆମଦାନୀ  କରୁଥିବା ଦେଶ ଗୁଡିକ ଉପରେ ଲାଗୁ କଟକଣାରୁ  କୋହଳତାକୁ ଆଉ ନବଢେଇବାଲାଗି ଆମେରିକା ନିଷ୍ପତ୍ତି ନେଇଛି | ହ୍ଵାଇଟହାଉସ କହିଛି ଯେ ଭାରତ, ଚୀନ, ଜାପାନ, ଦକ୍ଷିଣ କୋରିଆ ଓ ତୁର୍କୀ ଆଦି 5ଟି ଦେଶ ମେ 2 ପରେ ଯଦି ଇରାନ ରୁ ତୈଳ ଆମଦାନୀ ଜାରି ରଖିବେ  ତେବେ ସେମାନଙ୍କ ଉପରେ ଲାଗୁ କୋହଳତାକୁ ଆଉ ସମ୍ପ୍ରସାରଣ କରାଯିବ ନାହିଁ | ଏହି କୋହଳତାର ସମୟ ଅବଧି ମେ 2 ରେ ଶେଷ ହୋଇଯାଉଥିବାରୁ ଏହାକୁ ଆଉ  ନବଢେଇବାଲାଗି ଆମେରିକା ସ୍ଥିର କରିଛି |

ଏବିଷୟ ରେ ଘୋଷଣା କରାଯିବା ପରେ ଆମେରିକାର ବୈଦେଶିକ ମନ୍ତ୍ରୀ ମାଇକ ପୋମ୍ପିଓ ସାମ୍ବାଦିକ ମାନଙ୍କ ସହ କଥାବାର୍ତ୍ତା ବେଳେ କୋହଳତାର ମିଆଦ ଆସନ୍ତା ମେ ମାସ ରେ ଶେଷ ହେବା ପରେ ଏହାକୁ ଆଉ ବଢାଯିବ ନାହିଁ ବୋଲି କହିଛନ୍ତି  | ତେଣେ ଇରାନ ଏହାର ତୈଳ କ୍ଷେତ୍ର ଉପରେ ଆମେରିକାର କଟକଣାକୁ ଅବୈଧ ବୋଲି ଦର୍ଶାଇ ଏହାର ଭର୍ସନା କରିଛି |