ଲୋକସଭା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ  ପାଇଁ ରାଜନୈତିକ ନେତା ମାନେ ବଡ ଜୋରସୋରରେ ପ୍ରଚାର ଚଳେଇଛନ୍ତି

 

ଲୋକସଭା ନିର୍ବାଚନର ଅବଶିଷ୍ଟ ପର୍ଯ୍ୟାୟ  ପାଇଁ ରାଜନୈତିକ ନେତା ମାନେ ଅନେକ ରାଲୀ ଓ ରୋଡ ସୋ ରେ ଯୋଗ ଦେଇ ବଡ ଜୋରସୋର ରେ ପ୍ରଚାର ଚଳେଇଛନ୍ତି |

ଉତ୍ତର ମହାରାଷ୍ଟ୍ରର ନାନ୍ଦୁରବାରରେ ଏକ ନିର୍ବାଚନୀ ରାଲୀ ରେ ଉଦବୋଧନ ଦେଇ  ବିଜେପି ବରିଷ୍ଠ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କ ନେତୃତ୍ଵରେ କେନ୍ଦ୍ରରେ ଏକ ଦୃଢ ସରକାର ଗଠନ ଲାଗି ଭୋଟ ଦେବାକୁ ଲୋକ ମାନଙ୍କୁ ପରାମର୍ଶ ଦେଇଥିଲେ | ଏକ ଦୃଢ ସରକାର ଗଠନ ହେଲେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିବାରେ ସହଜ ହେବ ବୋଲି ସେ କହିଛନ୍ତି |

ରାଜସ୍ଥାନ ର ଉଦୟପୁର ରେ ଏକ ଜନସଭା ରେ ଉଦବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଯେ ଦେଶରେ ଏକ ସଚ୍ଚୋଟ ସରକାର ଶାସନ କରିବା  ସମ୍ଭବପର ବୋଲି ଏନଡ଼ିଏ ସରକାର ପ୍ରମାଣ କରି ଦେଖେଇଛି | ସେ କହିଛନ୍ତି ଯେ ତାଙ୍କ ସରକାର ସନ୍ତ୍ରାସବାଦ ବିରୁଦ୍ଧରେ ନିର୍ଣ୍ଣାୟକ ପଦକ୍ଷେପ ଗ୍ରହଣ କରିଛି | ଇଉପିଏ ସରକାର ଧନୀ ଲୋକ ମାନଙ୍କୁ ଋଣ ଦେବାକୁ ବ୍ୟାଙ୍କ ଗୁଡିକ ଉପରେ ଚାପ ପକାଉଥିବା ବେଳେ ତାଙ୍କ ସରକାର ମୁଦ୍ରା ଯୋଜନା ଅଧୀନରେ ଗରିବ, ଆଦିବାସୀ ତଥା ଯୁବ ପିଢୀଙ୍କୁ ଋଣ ପ୍ରଦାନ କରୁଛି |

ଅନ୍ୟ ପକ୍ଷରେ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀ ଆମେଥି, ରାଇବରେଲି ଓ ବାରବାଙ୍କି ରେ ସାଧାରଣ ସଭା ଗୁଡିକରେ ଭାଷଣ ଦେଇ ତାଙ୍କ ପାର୍ଟି  କେନ୍ଦ୍ରରେ କ୍ଷମତାକୁ ଆସିଲେ ଦେଶର ଅତି ଗରିବ ମହିଳା ମାନଙ୍କ ବ୍ୟାଙ୍କ ଖାତାରେ 72,000 ଟଙ୍କା ପ୍ରଦାନ କରାଯିବ ବୋଲି କହିଛନ୍ତି |ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ମଧ୍ୟ କ୍ଷୀର ଜିଲ୍ଲାର ଏକ ନିର୍ବାଚନୀ ସଭାରେ ଉଦବୋଧନ ଦେଇ ଦଳୀୟ ପ୍ରାର୍ଥୀ ଙ୍କୁ ଭୋଟ ଦେବା ଲାଗି ଲୋକମାନଙ୍କୁ ନିବେଦନ କରିଛନ୍ତି |