ୟୁକ୍ରେନର ନୂତନ ନେତାଙ୍କ ସହ ସମ୍ପର୍କ ସୁଧୁରିବାର ଆଶା ରହିଛି କହିଲେ ରୁଷ ପ୍ରଧାନମନ୍ତ୍ରୀ

 

ରୁଷ ପ୍ରଧାନମନ୍ତ୍ରୀ  ଦିମିତ୍ରି ମେଦଭେଦେଭ ସୋମବାର ଦିନ କହିଛନ୍ତି  ଯେ ରାଷ୍ଟ୍ରପତି ଭାବେ ନବ ନିର୍ବାଚିତ ଭୋଲୋଡିମିର ଜେଲେନସ୍କିଙ୍କ  ନେତୃତ୍ଵରେ ୟୁକ୍ରେନ ସହ ସମ୍ପର୍କ ସୁଧୁରିବାର ଆଶା ରହିଛି |

ଜେଲେନସ୍କି, ରବିବାର ଦିନ ବିପୁଳ ବିଜୟ ହାସଲ କରିବା ପରେ ଶ୍ରୀ ମେଦଭେଦେଭ ଏହା ଉପରେ ପ୍ରଥମ ପ୍ରତିକ୍ରିୟା ପ୍ରକାଶ କରି ଦୁଇ ଦେଶ ମଧ୍ୟରେ ସହଯୋଗ ବୃଦ୍ଧି ପାଇବାର ଆଶା ରହିଛି  ବୋଲି କହିଥିଲେ | ଏକ ଫେସବୁକ ପୋଷ୍ଟ  ଜରିଆରେ ସେ କହିଥିଲେ ଯେ ୟୁକ୍ରେନ ସମସ୍ଯାର ସମାଧାନ ଲାଗି ଏକ ନୂତନ ପଦକ୍ଷେପ ଗ୍ରହଣ ଲାଗି ସେଠାରେ ପ୍ରବଳ ଜନସମର୍ଥନ ରହିଥିବା ବିଷୟ ଏହି ନିର୍ବାଚନରୁ ସ୍ପଷ୍ଟ ହୋଇଛି |

କ୍ରେମଲୀନ ସମର୍ଥିତ ଜଣେ ବିଦ୍ରୋହୀ ନେତାଙ୍କୁ ଗାଦିଚ୍ୟୁତ କରିବା ପରେ 2014 ରୁ ୟୁକ୍ରେନ ଓ ରୁଷ ମଧ୍ୟରେ ସମ୍ପର୍କ ଖରାପ ହୋଇପଡିଛି |