କଲମ୍ବିଆର ଦକ୍ଷିଣ ପଶ୍ଚିମାଞ୍ଚଳ ଭାଗରେ ରବିବାର ଦିନ ମାଟି ଅତଡାଖସିବା ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 20କୁ ବୃଦ୍ଧି ପାଇଥିବା ଉଦ୍ଧାରକାରୀ କର୍ତ୍ତୃପକ୍ଷ କହିଛି | ଦେଶର ଦୁର୍ବିପାକ ଏବଂ ଉଦ୍ଧାର ବିଭାଗ କହିଛି ଯେ ରବିବାର ଦିନ 17 ଜଣ ଲୋକ ପ୍ରାଣ ହରାଇଥିଲେ ଏବଂ ଏହା ପରେ ଜଣେ ପିଲା ସମେତ ତିନିଜଣ ଲୋକଙ୍କ ମୃତ ଦେହ ଉଦ୍ଦାର କରାଯାଇଛି | ମାଟି ଅତଡା ତଳେ ଆହୁରି 10 ଜଣ ଚାପି ହୋଇ ରହିଥିବା ଆଶଙ୍କା କରାଯାଉଛି | ସେଠାରେ ସପ୍ତାହ ଧରି ପ୍ରବଳ ବର୍ଷା ପରେ ମାଟି ଅତଡା ଖସି ଏହି ଦୁର୍ଘଟଣା ଘଟିଛି |