ସନ୍ତ୍ରାସବାଦି ଆକ୍ରମଣର ଯୋଜନା କରୁଥିବା 13 ଜଣ ସନ୍ଦିଗ୍ଧଙ୍କୁ ସାଉଦି ଆରବ ଗିରଫ କରିଛି

 

ସାଉଦି ଆରବ କହିଛି ରବିବାର ଦିନ ନିରାପତ୍ତା ବାହିନୀ ଦ୍ବାରା ଏକ ସନ୍ତ୍ରାସବାଦି ଆକ୍ରମଣର ଯୋଜନାକୁ ପଣ୍ତ କରାଯିବା ସହିତ ସେଥିରେ ସଂପୃକ୍ତ 13 ଜଣ ସନ୍ଦିଗ୍ଧଙ୍କୁ ଗିରଫ କରାଯାଇଛି  | ସାଉଦି ଆରବର ରାଷ୍ଟ୍ରୀୟ ନିରାପତ୍ତା ବିଭାଗ ପକ୍ଷରୁ 13 ଜଣ ଗିରଫ ସନ୍ଦିଗ୍ଧଙ୍କ ନାମ, ଫଟୋ ଏବଂ ସେମାନଙ୍କ ପରିଚୟ ପତ୍ର ନମ୍ବର ଜାରି କରାଯାଇଛି |  ସନ୍ତ୍ରାସବାଦିମାନଙ୍କ ଆଡ୍ଡା ସ୍ଥଳିରୁ ବହୁ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ଗୁଳିଗୋଳା ଜବତ କରାଯାଇଛି  | ସନ୍ତ୍ରାସବାଦି ମାନେ ଜୁଲଫି ପ୍ରଦେଶର ଗୁଇନ୍ଦା କେନ୍ଦ୍ରକୁ ବିସ୍ଫୋରଣରେ ଉଡାଇ ଦେବାକୁ ଯୋଜନା କରୁଥିଲେ |