ଆବୁଧାବୀରେ 29 ତମ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ଭାରତ ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ

ଆବୁଧାବୀରେ  ଅଜିଠୁ ଆରମ୍ଭ ହେଉଥିବା 29 ତମ ଆନ୍ତର୍ଜାତୀୟ ପୁସ୍ତକ ମେଳାରେ ଭାରତକୁ  ସମ୍ମାନିତ ଅତିଥି ଭାବେ ଆମନ୍ତ୍ରିତ କରାଯାଇଛି | ସଂଯୁକ୍ତ ଆରବ ଏମିରେଟ୍ସ ରେ ଭାରତୀୟ ରାଷ୍ଟ୍ରଦୂତ ନବଦୀପ ସିଂ ସୂରୀ କହିଛନ୍ତି  ଯେ ଭାରତକୁ ଏହି ସ୍ଵତନ୍ତ୍ର ସମ୍ମାନ, ଦୁଇ ଦେଶର ରାଜନୈତିକ ନେତୃତ୍ଵ ଓ ଲୋକ ମାନଙ୍କ ମଧ୍ୟରେ ରହିଥିବା ଦୃଢ ସମ୍ପର୍କ  ପ୍ରତିଫଳିତ କରୁଛି | ସେ କହିଛନ୍ତି ଯେ ଏହି ମେଳା ରେ 30ଟି ଭାରତୀୟ ପ୍ରକାଶନ ଭାଗ ନେବେ |

ପ୍ରକାଶନ ବିଭାଗ ର ତିନି ଜଣିଆ ସଦସ୍ୟ ବିଶିଷ୍ଟ ଏକ ଟିମ ଏହି ମେଳା ରେ ଯୋଗ ଦେବେ | ମହାତ୍ମା ଗାନ୍ଧୀଙ୍କ 150 ତମ ଜୟନ୍ତୀ ପାଳନ ଅବସରରେ ଗାନ୍ଧୀ ଙ୍କ ସଂଘର୍ଷମୟ ଜୀବନୀ ଉପରେ ଆଧାରିତ ପୁସ୍ତକ ପ୍ରଦର୍ଶନ କରାଯିବ | ଏହି ଆନ୍ତର୍ଜାତୀୟ ମଞ୍ଚ ରେ ଶାନ୍ତି, ସତ୍ୟ ଓ ଅହିଂସା ର ପଥ ଅନୁସରଣ କରୁଥିବା ମହାତ୍ମା ଗାନ୍ଧୀ ଙ୍କ ଉଲ୍ଲେଖନୀୟ କାର୍ଯ୍ୟ ଉପରେ ପ୍ରକାଶନ ବିଭାଗ ଦ୍ଵାରା ସ୍ଵତନ୍ତ୍ର ପ୍ରଦର୍ଶନ କରାଯିବ  |ଏହି ମେଳା ଚଳିତ ମାସ 30 ତାରିଖରେ ଶେଷ ହେବ |