ନାଇଜେରିଆରେ ବନ୍ଧୁକଧାରୀ ମାନଙ୍କ ଆକ୍ରମଣରେ 10 ମୃତ ଓ ଦୁଇ ମହିଳା ଅପହୃତ

 

ନାଇଜେରିଆରେ କେତେ ଜଣ ବନ୍ଧୁକଧାରୀ  10 ଜଣଙ୍କୁ ଗୁଳି କରି ହତ୍ୟା କରିଦେଇଥିବା ବେଳେ  ଦୁଇ ଜଣ ମହିଳାଙ୍କୁ ଅପହରଣ କରିନେଇଛନ୍ତି |ଏହି ଆକ୍ରାମଣକାରୀ ମାନେ ସେହି ଗାଁ ରେ ଆଖିବୁଜା ଗୁଳି ଚାଳନା କରିବା ସହ ଯାନବାହାନ ଗୁଡିକରେ ନିଆଁ ଲଗେଇଦେଇଥିଲେ | ପୋଲିସ ଅଧିକାରୀ ମାନେ କହିଛନ୍ତି ଯେ ସେମାନେ ବନ୍ଧୁକଧାରୀ ମାନଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲେ କିନ୍ତୁ ସେମାନେ ଖସି ପଳାଇଥିଲେ |

ନାଇଜେରିଆର ରାଜଧାନୀ ଅବୁଜା ର ଉତ୍ତର ଭାଗରେ 350 କିଲୋମିଟର ଦୂରବର୍ତ୍ତୀ କାଟସିନା ଷ୍ଟେଟରେ ଗତ କିଛି ମାସ ହେଲା ହିଂସାତ୍ମକ ଆକ୍ରମଣ ଜାରି ରହିଛି | ଏହି ଆକ୍ରାମଣକାରୀ ମାନେ ଲୁଟ ତରାଜ, ଅର୍ଥ ଆଦାୟ ପାଇଁ  ଅପହରଣ ଓ ଖାଦ୍ୟ ଏବଂ ଗାଈଗୋରୁ ଚୋରୀ କରିବା ପାଇଁ ଲଗାତାର ଗାଁ ଗୁଡିକ ଉପରେ ଚଢାଉ  କରୁଛନ୍ତି |