ରାମାୟଣ ଶୀର୍ଷକ  ସ୍ଵତନ୍ତ୍ର ଡାକ ଟିକଟ ଜାରି କରିଛି  ଇଣ୍ଡୋନେସିଆ

 

ଇଣ୍ଡୋନେସିଆ, ଭାରତ ସହ ଏହାର କୂଟନୈତିକ ସମ୍ପର୍କର 70 ତମ ବାର୍ଷିକୀ ପାଳନ ଅବସରରେ ରାମାୟଣ ଶୀର୍ଷକ  ସ୍ଵତନ୍ତ୍ର ସ୍ମାରକୀ ଡାକ ଟିକଟ ଜାରି କରିଛି |

ଜାକର୍ତ୍ତାରେ ଅବସ୍ଥାପିତ ଭାରତୀୟ ଦୂତାବାସ ପକ୍ଷରୁ ଜାରୀ ଏକ ବିବୃତ୍ତିରେ କୁହାଯାଇଛି ଯେ ଦେବୀ ସୀତା ଙ୍କୁ ରକ୍ଷା କରିବାକୁ ଯାଇ ଜଟାୟୁ ଯୁଦ୍ଧ କରୁଥିବାର  ରାମାୟଣର ଏକ ଦୃଶ୍ୟକୁ ଏହି ଡାକଟିକଟ ରେ ସ୍ଥାନିତ କରାଯାଇଛି | ଏହାକୁ ଇଣ୍ଡୋନେସିଆର ପ୍ରଖ୍ୟାତ ସ୍ଥାପତ୍ୟକାର ପଦ୍ମଶ୍ରୀ ବାପକ ନ୍ୟୋମାନ ନୁଆରତା ଡିଜାଇନ କରିଛନ୍ତି |

ଜକର୍ତ୍ତାର ଫିଲାଟେଲି ସଂଗ୍ରହାଳୟ ରେ ଏହି ଡାକଟିକଟ ପ୍ରଦର୍ଶନ କରାଯିବ | ଭାରତର ରାଷ୍ଟ୍ରଦୂତ ପ୍ରଦୀପ କୁମର ରାୱତ ଓ ଇଣ୍ଡୋନେସିଆର ଉପ ବୈଦେଶିକ ମନ୍ତ୍ରୀ ଅବଦୁର୍ରହମାନ ମହମ୍ମଦ ଫାଚିର ଏହି ଡାକ ଟିକଟ ଉନ୍ମୋଚନ ଅବସରରେ ଉପସ୍ଥିତ ଥିଲେ |