କିମ ଜଙ୍ଗ-ଉନ ଓ ଭ୍ଲାଦିମିର ପୂତିନଙ୍କ ମଧ୍ୟରେ ପ୍ରଥମ ଶିଖର ବାର୍ତ୍ତା ଭ୍ଲାଡିଭୋଷ୍ଟକ ଠାରେ ଅନୁଷ୍ଠିତ ହେବ

 

ଉତ୍ତରକୋରିଆ ନେତା କିମ ଜଙ୍ଗ-ଉନ ଓ ରୁଷ  ରାଷ୍ଟ୍ରପତି ଭ୍ଲାଦିମିର ପୂତିନଙ୍କ ମଧ୍ୟରେ ପ୍ରଥମ ଶିଖର ବାର୍ତ୍ତା ଆଜି ପ୍ରଶାନ୍ତ ମହାସାଗର କୁଳରେ ଥିବା ବନ୍ଦର ନଗରୀ ଭ୍ଲାଡିଭୋଷ୍ଟକ ଠାରେ ଅନୁଷ୍ଠିତ ହେବ | କ୍ରେମଲୀନ ପକ୍ଷରୁ କୁହାଯାଇଛି ଯେ ଦୁଇ ନେତା କୋରିଆ ଉପଦ୍ଵିପର ପରମାଣୁ ସମସ୍ୟା ସଙ୍କ୍ରାନ୍ତରେ ମୁଖ୍ୟତଃ ଆଲୋଚନା କରିବେ | ଗତକାଲି କିମ, ରୁଷର ଭ୍ଲାଡିଭୋଷ୍ଟକ ସହରରେ ଏକ ଘରୋଇ ଟ୍ରେନ ଯୋଗେ ପହଞ୍ଚିଥିଲେ |ଚଳିତ ବର୍ଷ ହାନୋଇରେ ଆମେରିକା ରାଷ୍ଟ୍ରପତି ଟ୍ରମ୍ଫ ଓ  କିମଙ୍କ ମଧ୍ୟରେ ପରମାଣୁ ନିରସ୍ତ୍ରୀକରଣ ଆଲୋଚନା ବିଫଳ ହେବାରୁ ସେ ଏହି ପ୍ରସଙ୍ଗ ରେ ରୁଷ ର ସମର୍ଥନ ଲୋଡିଛନ୍ତି |

ଉତ୍ତରକୋରିଆ-ଆମେରିକା ସମ୍ପର୍କ କୁ ସ୍ଵାଭାବିକ କରିବା ଓ ପରମାଣୁ ପ୍ରସଙ୍ଗ ନେଇ ସମାଧାନ କରିବାକୁ ପୂତିନ ଆଗ୍ରହ ପ୍ରକାଶ କରିଥିବାରୁ କିମ ତାଙ୍କୁ ସାକ୍ଷାତ କରୁଛନ୍ତି |