ମିଆଁମାର ରେ ଗିରଫ ହୋଇଥିବା ଦୁଇଜଣ ସାମ୍ବାଦିକଙ୍କୁ ମୁକ୍ତ କରିବା ପାଇଁ ଆମେରିକା ପୁଣି ଦାବି କରିଛି

ମିଆଁମାର ରେ ଗିରଫ ହୋଇଥିବା ରୀଉଟର ସମ୍ବାଦ ସଂସ୍ଥା ର ଦୁଇଜଣ ସାମ୍ବାଦିକଙ୍କୁ ମୁକ୍ତ କରିବା ପାଇଁ ଆମେରିକା ପୁଣି ଦାବି କରିଛି |ରୋହିଙ୍ଗ୍ୟା ସଙ୍କଟ ସମ୍ପର୍କରେ ଏହି ଦୁଇ ସାମ୍ବାଦିକ ତଥ୍ୟ ସଂଗ୍ରହ କରୁଥିବା ବେଳେ ସେମାନଙ୍କୁ ଗିରଫ କରାଯାଇଥିଲା | ବୈଦେଶିକ ବିଭାଗ ମୁଖପାତ୍ର ମୋରଗାନ ଅର୍ଟାଗୁସ  ୱାଶିଙ୍ଗଟନରେ କହିଛନ୍ତି ଯେ ମିଆଁମାରରେ ସାମ୍ବାଦିକ, ରାଜନୈତିକ କର୍ମୀ ଓ ନାଗରିକ ସମାଜର ସଦସ୍ୟ ମାନଙ୍କୁ ସମ୍ପ୍ରତ୍ତି ଗିରଫ କରାଯାଇଥିବା ଘଟଣାକୁ ନେଇ ଆମେରିକା ଉଦବେଗ ପ୍ରକାଶ କରିଛି |

ଏହି ଦୁଇ ସାମ୍ବାଦିକ ଙ୍କୁ ମୁକ୍ତ କରିବାକୁ ୱାଶିଙ୍ଗଟନ ପକ୍ଷରୁ ନିବେଦନ କରାଯାଇଥିବା ବେଳେ ମିଆଁମାର ସରକାର ଏହାକୁ ପ୍ରତ୍ୟାଖ୍ୟାନ କରିଦେଇଥିବାରୁ ଆମେରିକା ଅସନ୍ତୋଷ ପ୍ରକାଶ କରିଛି | ଏହି ଦୁଇ ସାମ୍ବାଦିକ ଙ୍କୁ ଡିସେମ୍ବର 2017 ରେ ଗିରଫ କରାଯାଇଥିଲା ଓ  ସାତ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି |