ଇଭିଏମ ସହ ଭିଭିପାଟ ର ତାଳମେଳ ରଖିବାକୁ ସୁପ୍ରିମ କୋର୍ଟଙ୍କ ରାୟ ଉପରେ ସମୀକ୍ଷା କରିବାକୁ 21 ଜଣ ବିରୋଧୀ ଦଳ ନେତା ସର୍ବୋଚ୍ଚ ଅଦାଲତ ର ଦ୍ଵାରସ୍ଥ ହୋଇଛନ୍ତି | ଅତିକମ ରେ 50 ପ୍ରତିଶତ ଭିଭିପାଟ ସ୍ଲିପ କୁ ଗଣନା କରିବାର ଆବଶ୍ୟକତା ଅଛି ବୋଲି ଏହି ସବୁ ନେତା ପୁଣି ଥରେ କହିଛନ୍ତି |
ଚଳିତ ମାସ ପହିଲାରେ ସର୍ବୋଚ୍ଚ ଅଦାଲତ ଏହି ଦାବିକୁ ପ୍ରତ୍ୟାଖ୍ୟାନ କରିଦେଇଥିଲେ | ସେତେବେଳେ ଅଦାଲତ, ପ୍ରତ୍ୟେକ ନିର୍ବାଚନ ମଣ୍ଡଳୀ ର ସର୍ବାଧିକ 5ଟି ବୁଥ ରେ ଇଭିଏମ ସହ ଭିଭିପାଟ ସ୍ଲିପ ମିଳେଇବା ଲାଗି ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଥିଲେ |ପୂର୍ବରୁ ଗୋଟିଏ ବୁଥ ରେ ଏହି ବ୍ୟବସ୍ଥା ରହିଥିଲା |
ତେଣେ ଗୋଟିଏ ନିର୍ବାଚନ ମଣ୍ଡଳୀ ର ମାତ୍ର 5ଟି ବୁଥରେ ଭିଭିପାଟ ବ୍ୟବସ୍ଥା କରିବା ଯୁକ୍ତିଯୁକ୍ତ ନୁହେଁ ବୋଲି ଦର୍ଶାଇ ଏହାର ସମୀକ୍ଷା କରିବାକୁ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଛନ୍ତି |