ଏସୀୟ କ୍ରିଡା ଚମ୍ପିୟନସିଫର ଫାଇନାଲ ଦିନରେ ଭାରତ 4ଟି ପଦକ ହାସଲ କଲା

 

କତାରର ଦୋହା ଠାରେ ଗତକାଲି ଶେଷ ହୋଇଥିବା ଏସୀୟ କ୍ରିଡା ଚମ୍ପିୟନସିପର ଫାଇନାଲରେ ଭାରତ 4ଟି ପଦକ ହାସଲ କରିଛି ।  ପି.ୟୁ ଚିତ୍ରା ମହିଳା ବିଭାଗ 1,500 ମିଟର ପ୍ରତିଯୋଗୀତାରେ ସ୍ବର୍ଣ୍ଣ ପଦକ ହାସଲ କରିଥିବାବେଳେ ଅଜୟ କୁମାର ସରୋଜ ପୁରୁଷ ବିଭାଗର 1500 ମିଟର ଏବଂ ମହିଳା 4×400 ମିଟର ରିଲେ ଟିମ ରୌପ୍ୟ ପଦକ ହାସଲ କରିଛନ୍ତି । ଧାବିକା ଦୂତି ଚାନ୍ଦ 200 ମିଟର ମହିଳା ବିଭାଗ ଦୌଡରେ ବ୍ରୋଞ୍ଜ ପଦକ ହାସଲ କରିଛନ୍ତି । ଭାରତ ପଦକ ତାଲିକାରେ 3ଟି ସ୍ବର୍ଣ୍ଣ, 7ଟି ରୌପ୍ୟ ଏବଂ 7ଟି ବ୍ରୋଞ୍ଜ ସହିତ ଚତୁର୍ଥ ସ୍ଥାନରେ ରହିଛି । ବାହାରିନ ପ୍ରଥମ ସ୍ଥାନ ଅକ୍ତିଆର କରିଥିବାବେଳେ ଚୀନ ଦ୍ବିତୀୟ ସ୍ଥାନରେ ରହିଛି ଏବଂ ଜାପାନ ତୃତୀୟ ସ୍ଥାନରେ ରହିଛି ।