ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଚୀନକୁ 9 ଦିନିଆ ଗସ୍ତରେ ଯାଇଛନ୍ତି  

 

ନେପାଳ ରାଷ୍ଟ୍ରପତି ବିଦ୍ୟା ଦେବୀ ଭଣ୍ଡାରୀ ଚୀନକୁ 9 ଦିନିଆ ଗସ୍ତରେ ଯାଇଛନ୍ତି | ଏହି ଗସ୍ତ କାଳରେ ସେ ବେଜିଙ୍ଗ ରେ ଆନ୍ତର୍ଜାତୀୟ ସହଯୋଗ ସଙ୍କ୍ରାନ୍ତୀୟ ଦ୍ଵିତୀୟ ବେଲ୍ଟ ଏଣ୍ଡ ରୋଡ ଫୋରମ ବୈଠକରେ ଯୋଗ ଦେବାର କାର୍ଯ୍ୟସୂଚୀ ରହିଛି |

ରାଷ୍ଟ୍ରପତି ଭଣ୍ଡାରୀ ମଧ୍ୟ ତାଙ୍କ ଚୀନ ପ୍ରତିପକ୍ଷ ଙ୍କ ସହ ପ୍ରତିନିଧି ସ୍ତରୀୟ ଦ୍ଵିପକ୍ଷୀୟ କଥାବାର୍ତ୍ତା କରିବେ ଓ ବିଭିନ୍ନ କ୍ଷେତ୍ରରେ ରାଜିନାମା ସ୍ଵାକ୍ଷରିତ କରିବେ | ସେ ଚୀନର ବରିଷ୍ଠ  ନେତୃବୃନ୍ଦ ଙ୍କ ସହ ସାକ୍ଷାତ କରିବେ ଓ ନେପାଳ ଓ ଚୀନ ର ବ୍ୟବସାୟ ସମୁଦାୟ ର ଏକ ମିଳିତ ବୈଠକ ରେ ଉଦବୋଧନ ଦେବେ |

ବେଜିଙ୍ଗ କୁ ଗସ୍ତ କରିବା ବାଟରେ ସେ ଶାଙ୍କସି ପ୍ରଦେଶ ର ରାଜଧାନୀ ସହର ଝିଆନ ମଧ୍ୟ ପରିଦର୍ଶନ କରିବେ | ସ୍ଵଦେଶ ପ୍ରତ୍ୟାବର୍ତ୍ତନ ସମୟରେ ସେ ଲାସା ଗସ୍ତ କରିବାର କାର୍ଯ୍ୟସୂଚୀ ରହିଛି |ସେ ପ୍ରାଦେଶିକ ନେତୃବୃନ୍ଦ ଙ୍କ ସହ ମଧ୍ୟ ସାକ୍ଷାତ ଆଲୋଚନା କରିବେ |

ରାଷ୍ଟ୍ରପତି ଭଣ୍ଡାରୀ ଏକ ଉଚ୍ଚ ପ୍ରତିନିଧି ଦଳ ସହ ଚୀନ ଗସ୍ତ କରିଛନ୍ତି | ଆସନ୍ତା ମାସ 2 ତାରିଖ ରେ ସେ କାଠମାଣ୍ଡୁ ପ୍ରତ୍ୟାବର୍ତ୍ତନ କରିବେ |