ବୈଦେଶିକ ମନ୍ତ୍ରୀ ସୁଷମା ସ୍ବରାଜ ବୁଧବାର କହିଛନ୍ତି ଯେ ଲିବିୟା ଛାଡିବା ପାଇଁ ଭାରତୀୟମାନଙ୍କୁ ସାହାର୍ଯ୍ୟ କରିବାକୁ 17 ଜଣ ସମନ୍ବୟକାରୀଙ୍କୁ ନିଯୁକ୍ତି ଦିଆଯାଇଛି । ଏକ ଟୁଇଟର ସନ୍ଦେଶରେ ଶ୍ରୀମତୀ ସ୍ବରାଜ କହିଛନ୍ତି ଯେ ଭାରତୀୟ ଦୂତାବାସ ଭାରତୀୟମାନଙ୍କୁ ଲିବିୟା ଛାଡି ଫେରି ଆସିବା କ୍ଷେତ୍ରରେ ସାହାର୍ଯ୍ୟ କରୁଛି । ସେ କହିଛନ୍ତି ବର୍ତ୍ତମାନ ବିମାନ ବନ୍ଦର କାର୍ଯ୍ୟକ୍ଷମ ରହିଛି ଏବଂ ଏହାର ସୁଯୋଗ ନେବାକୁ ସେ ଲିବିଯାରେ ଥିବା ଭାରତୀୟମାନଙ୍କୁ ଅନୁରୋଧ କରିଛନ୍ତି । ପୂର୍ବରୁ ଶ୍ରୀମତୀ ସ୍ବରାଜ ଯୁଦ୍ଧ ପ୍ରପିଡିତ ଲିବିୟାରୁ ତୁରନ୍ତ ଫେରି ଆସିବାକୁ ଭାରତୀୟମାନଙ୍କୁ ଅନୁରୋଧ କରିଥିଲେ ।