ଶ୍ରାଲଙ୍କା ରାଷ୍ଟ୍ରପତି ରବିବାରର ଆକ୍ରମଣ ପରିପ୍ରେକ୍ଷୀରେ ସର୍ବଦଳିୟ ବୈଠକ ଡାକିଲେ

 

ଶ୍ରାଲଙ୍କା ରାଷ୍ଟ୍ରପତି ମୈତ୍ରୀପାଳ ସିରିସେନା ରବିବାରର ଆକ୍ରମଣ ପରିପ୍ରେକ୍ଷୀରେ  ବର୍ତ୍ତମାନର ସ୍ଥିତି ଏବଂ ଭବିଷ୍ୟତର ପଦକ୍ଷେପ ଉପରେ ଆଲୋଚନା କରିବା ପାଇଁ ଆଜି ଏକ ସର୍ବଦଳିୟ ବୈଠକ ଡାକିଛନ୍ତି । ଏହି ଆକ୍ରମଣରେ 359 ଜଣ ଲୋକ ପ୍ରାଣ ହରାଇଥିଲେ । ରାଷ୍ଟ୍ରପତି ଆନ୍ତ-ଧାର୍ମିକ ପରାମର୍ଶ କମିଟିର ମଧ୍ୟ ଏକ ବୈଠକ ଡାକିଛନ୍ତି ।  ପୂର୍ବରୁ ଦେଶର ପୋଲିସ ମୁଖ୍ୟ ଏବଂ ପ୍ରତିରକ୍ଷା ସଚିବଙ୍କୁ ଇସ୍ତଫା ଦେବାକୁ କୁହାଯାଇଛି ଏବଂ ଦାୟିତ୍ବରେ ଅବହେଳା ଯୋଗୁଁ ତୁରନ୍ତ ଉଚ୍ଚ ନିରାପତ୍ତା ପଦବୀସବୁକୁ ପରିବର୍ତ୍ତନ କରିବାକୁ ରାଷ୍ଟ୍ରପତି ବିବୃତ୍ତି ଦେଇଛନ୍ତି

ଇତି ମଧ୍ୟରେ ସେଠାରେ ପରିସ୍ଥିତିରେ ଧିରେଧିରେ ସ୍ବଭାବିକତା ଫେରିଆସୁଛି ଏବଂ ଗତକାଲି କୌଣସି ବଡ ଧରଣର ଅପ୍ରିତିକର ପରିସ୍ଥିତି ଘଟି ନାହିଁ । ଶ୍ରୀଲଙ୍କାର ପ୍ରମୁଖ ଏବଂ ସମ୍ବେଦନଶିଳ ଅଞ୍ଚଳକୁ ନିରାପତ୍ତା ବାହିନୀ ନିଜ ଅଧିନକୁ ନେଇଛି । ସନ୍ତ୍ରାସବାଦି ଆକ୍ରମଣ ମାମଲାରେ 60ରୁ ଅଧିକ ଲୋକଙ୍କୁ ଗିରଫ କରାଯାଇଛି ଏବଂ 32 ଜଣଙ୍କୁ ସିଆଇଡି ପଚରାଉଚୁରା କରୁଛି । ଗତକାଲି ପ୍ରତିରକ୍ଷା ମନ୍ତ୍ରୀ ରୁୱାନ ବିଜୟୱାଡେନା ଗଣମାଧ୍ୟମକୁ କହିଛନ୍ତି ଯେ ଆଠଟି ସ୍ଥାନରେ ହୋଇଥିବା ଆକ୍ରମଣରେ 9 ଜଣ ଆତ୍ମଘାତି ସଂପୃକ୍ତ ଥିଲେ ଏବଂ ସେମାନଙ୍କୁ ଚିହ୍ନଟ କରାଯାଇ ସାରିଛି ।