ପୂର୍ବତନ ଆମେରିକା ଉପ ରାଷ୍ଟ୍ରପତି 2020ର ରାଷ୍ଟ୍ରପତି ପାଇଁ ପ୍ରଚାର ଆରମ୍ଭ କରିଛନ୍ତି

ଆମେରିକାର ପୂର୍ବତନ ଉପ ରାଷ୍ଟ୍ରପତି ଜୋଏ ବିଡେନ ଡେମୋକ୍ରାଟିକ ପାର୍ଟିର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଗୁରୁବାର ଯୋଗ ଦେଇଛନ୍ତି । ଏକ ଟୁଇଟରରେ ଏକ ଭିଡିଓ ପୋଷ୍ଟ କରି ସେ ଏହି ଘୋଷଣା କରିଛନ୍ତି । 76 ବର୍ଷ ବୟସ୍କ ବିଡେନ  ହେଉଛନ୍ତି ଜଣେ ଦକ୍ଷ ରାଜନେତା ଏବଂ ଆନ୍ତର୍ଜାତୀକ ଏବଂ ଆଇନଗତ କ୍ଷେତ୍ରରେ ତାଙ୍କର ପ୍ରଗାଢ ଅଭିଜ୍ଞତା ରହିଛି । ଆମେରିକାର ରାଜନୀତିରେ ସେ ଜଣେ ଜଣାଶୁଣା ପରିଚିତ ବ୍ୟକ୍ତି । ରିପବ୍ଲିକାନ ପାର୍ଟି କାଳ ବିଳମ୍ବ ନକରି ବିଡେନଙ୍କ ପ୍ରାର୍ଥୀତ୍ବକୁ ନେଇ ପ୍ରତିକ୍ରିୟା ଦେଇ କହିଛି ଯେ ରାଷ୍ଟ୍ରପତି ବାରାକ ଓବାମା ଏବଂ ଉପ ରାଷ୍ଟ୍ରପତି ବିଡେନଙ୍କ ସମୟରେ ଦେଶରେ ଅର୍ଥନୀତି ଖରାପ ସ୍ଥିତିରେ ଥିଲା ।