ସନ୍ତ୍ରାସବାଦିର ମୁକାବିଲା ପାଇଁ ଜାତି ସଂଘ ଏବଂ ୟୁରୋପୀୟ ସଂଘ ଭାଗିଦାରୀକୁ ସୁଦୃଢ କରିବାକୁ ଏକ ମିଳିତ କୌଶଳ ପାଇଁ ବୁଝାମଣା ସ୍ବାକ୍ଷର କରିଛନ୍ତି

ସନ୍ତ୍ରାସବାଦିର ମୁକାବିଲା ପାଇଁ ଜାତି ସଂଘ ଏବଂ ୟୁରୋପୀୟ ସଂଘ ଭାଗିଦାରୀକୁ ସୁଦୃଢ କରିବାକୁ ଏକ ମିଳିତ କୌଶଳ ପାଇଁ ବୁଝାମଣା ସ୍ବାକ୍ଷର କରିଛନ୍ତି । ଜାତିସଂଘର ସନ୍ତ୍ରାସବାଦ ମୁକାବିଲା ସଂପର୍କୀୟ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ନ୍ୟୁୟର୍କରେ ହୋଇଥିବା ଜାତିସଂଘ ଏବଂ ୟୁରୋପୀୟ ସଂଘର ଦ୍ବିତୀୟ ଉଚ୍ଚ ସ୍ତରୀୟ ରାଜନୈତିକ ବୈଠକ କାଳରେ ଏହି କୌଶଳ ଉପରେ ଆଲୋଚନା ହୋଇ ସ୍ବାକ୍ଷର କରାଯାଇଛି । ଏହି ଦୁଇ ସଂସ୍ଥା ଆଫ୍ରିକା, ମଧ୍ୟ ପ୍ରାଚ୍ୟ ଏବଂ ଏସିଆରେ ସନ୍ତ୍ରାସବାଦ ଏବଂ ମୌଳବାଦ ହିଂସାର ପ୍ରତିରୋଧ କ୍ଷେତ୍ରରେ ଧ୍ୟାନ ଦେବ।