ରୁ, ରାଷ୍ଟ୍ରପତି ବ୍ଲାଦିମୀର ପୁତିନ ଏବଂ ଉତ୍ତର କୋରିଆ ମୁଖ୍ୟ କିମ ଜଙ୍ଗ ଉନ ଗୁରୁବାର ଦିନ ପ୍ରଥମ ଥର ସାମ୍ନାସାମ୍ନୀ ଆଲୋଚନା କରି ସଂପର୍କ ମଜବୁତ କରିବାକୁ ଚାହିଁଛନ୍ତି । ଏହି ବୈଠକ ରୁଷର ବନ୍ଦର ନଗରୀ ଭ୍ଲାଦିଭୋସ୍ତୋକରେ ହୋଇଛି । ବୈଠକ ପୂର୍ବରୁ ଦୁଇ ଦେଶର ପ୍ରତିନିଧି କହିଥିଲେ ଯେ ସୋଭିଏତ ସଂଘ ଥିବା ସମୟରେ ଉତ୍ତର କୋରିଆର ପ୍ରତିଷ୍ଠାତା ଏବଂ କିମଙ୍କ ଜେଜେ କିମ ସଙ୍ଗଙ୍କୁ ଯେପରି ସମର୍ଥନ କରି ଦୁଇ ଦେଶ ମଧ୍ୟରେ ସଂପର୍କ ଦୃଢ କରିଥିଲେ ସେପରି ସଂପର୍କର ପୁନରୁଦ୍ଧାର କରିବାକୁ ଚାହାନ୍ତି । ଶ୍ରୀ ପୁତିନ ଶ୍ରୀ ଉନଙ୍କୁ କହିଥିଲେ ଯେ କୋରିଆ ଉପ ଦ୍ବୀପରେ ଚାଲିଥିବା ଉତ୍ତେଜନାକୁ ହ୍ରାସ କରିବା କ୍ଷେତ୍ରରେ ସେ ସହାୟତା କରିବେ ଏବଂ ଅର୍ଥନୈତିକ ସଂପର୍କକୁ ମଜବୁତ କରିବେ ।