WTO ମନ୍ତ୍ରୀସ୍ତରୀୟ ବୈଠକ ନୂଆଦିଲ୍ଲୀରେ

ନୂଆଦିଲ୍ଲୀରେ ମନ୍ତ୍ରୀସ୍ତରୀୟ ବୈଠକରେ ବିଶ୍ଵ ବ୍ୟାପାର ସଙ୍ଗଠନର ଅଧିକାଂଶ ଗରିବ ଓ ବିକାଶଶୀଳ ଦେଶ ଗୁଡିକୁ ସକ୍ଷମ କରିବା ପାଇଁ  ସ୍ଵତନ୍ତ୍ର ତଥା ପାତର ଅନ୍ତର  (S&DT) ବ୍ୟବସ୍ଥାକୁ ମଜବୁତ କରିବା ଉପରେ ଜୋର ଦିଆଯାଇଥିଲା |ଏଥିରେ ବିକାଶଶୀଳ ଦେଶ ଗୁଡିକୁ ବିଭିନ୍ନ ବୈଶ୍ଵିକ  ବାଣିଜ୍ୟ ବୁଝାମଣାରେ ନମନୀୟତା ଓ କୋହଳତା ଉପଯୋଗ କରିବା ତଥା  ବିଶ୍ଵ ବାଣିଜ୍ୟ ସଙ୍ଗଠନର ତତ୍ବାବଧାନରେ ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସୁଦୃଢ  କରିବା ଲାଗି ଆହ୍ଵାନ ଦିଆଯାଇଛି| ବହୁପକ୍ଷୀୟବାଦ ର ମୌଳିକ ପ୍ରକୃତି କୁ  ସଂରକ୍ଷଣ କରିବା ଲାଗି ଜାରି  ରହିଥିବା WTO ବାଣିଜ୍ୟ କଥାବାର୍ତ୍ତା ରେ ଅଚଳାବସ୍ଥାକୁ ଦୂର କରିବା ଲାଗି ନୂଆଦିଲ୍ଲୀରେ ସମ୍ପ୍ରତ୍ତି ଶେଷ ହୋଇଥିବା ଶିଖର  ସମ୍ମିଳନୀରେ, 22 ଟି ଦେଶର ବରିଷ୍ଠ ଅଧିକାରୀ ମାନଙ୍କ ଦ୍ଵାରା WTOର ସମ୍ପ୍ରତ୍ତି ଘଟଣାକ୍ରମ ଉପରେ ବିଚାର ବିମର୍ଶ କରିବା ପାଇଁ ଓ ସବୁ ସଦସ୍ୟ ମାନଙ୍କ ସହ ମିଳିମିଶି କାମ କରିବା ଲାଗି ଉପାୟ ବାହାର କରିବା ସକାଶେ ଆୟୋଜନ କରାଯାଇଥିଲା | WTO ର ବିବାଦ ସମାଧାନ କରୁଥିବା ଅପିଲିୟ ସଂସ୍ଥା ର ସଦସ୍ୟ ମାନଙ୍କ ନିଯୁକ୍ତି ନେଇ  ଟ୍ରମ୍ଫ ପ୍ରଶାସନ ବିରୋଧ ଜଣାଇଥିବାରୁ ପ୍ରତିନିଧି ମାନଙ୍କ ଦ୍ଵାର ଏହାର କଡା ସମାଲୋଚନା କରାଯାଇଥିଲା କାରଣ ବହୁ ଦେଶ ବିରୁଦ୍ଧରେ ଜାରିରହିଥିବା ବାଣିଜ୍ୟ ବିବାଦରେ ଆମେରିକାର ସମ୍ପୃକ୍ତି ରହିଛି | ଏହି ବୈଠକରେ ଏବି ର ଖାଲି ପଡିଥିବା ପଦବୀ ଗୁଡିକ ପୂରଣ କରିବାରେ ବିଳମ୍ବ ନକରି WTO ର ସଦସ୍ୟ ମାନଙ୍କୁ ରଚନାତ୍ମକ ରୂପରେ ସାମିଲ କରିବା ଉପରେ ପ୍ରାଧାନ୍ୟ ଦିଆଯାଇଥିବା ବେଳେ ବିବାଦ ସମାଧାନ ତନ୍ତ୍ର ର କାର୍ଯ୍ୟ ପଦ୍ଧତି ସଙ୍କ୍ରାନ୍ତୀୟ ଅନ୍ୟାନ୍ୟ ପ୍ରସଙ୍ଗ ଉପରେ ବ୍ୟାପକ ଆଲୋଚନା ହୋଇଥିଲା |

ଭାରତର ବାଣିଜ୍ୟ ମନ୍ତ୍ରୀ ଏହି ବୈଠକରେ ଜୋର ଦେଇ କହିଥିଲେ ଯେ ଏହି ବୈଠକ  ବହୁ ଦଶନ୍ଧି  ଧରି ଯୁଦ୍ଧ ପରବର୍ତ୍ତୀ ସମୟରେ ସମୃଦ୍ଧି କୁ ପ୍ରୋତ୍ସାହନ ଦେଉଥିବା ସ୍ଵତନ୍ତ୍ର ତଥା ନିରପେକ୍ଷ ବାଣିଜ୍ୟ ର ଫାଇଦାକୁ ସଂପୂର୍ଣ୍ଣ ଭାବେ ନଷ୍ଟ କରିଦେବା ସଙ୍ଗରକ୍ଷଣବାଦୀ ପ୍ରବୃତ୍ତି ଗୁଡିକ ସହ ବଡ ବଡ ବାଣିଜ୍ୟ କମ୍ପାନୀରେ ବାଣିଜ୍ୟ ତିକ୍ତତାରୁ ଆଶ୍ଵସ୍ତି ପରିପ୍ରେକ୍ଷୀରେ ମହତ୍ବପୂର୍ଣ୍ଣ ଅଟେ|ଏହି ମନ୍ତ୍ରୀସ୍ତରୀୟ ବୈଠକ ର ଉଦଘାଟନୀ ଅବସରରେ ଭାରତୀୟ ମନ୍ତ୍ରୀ  ଏକ ଦୃଢ ଦଲିଲ ଉପସ୍ଥାପନା କରିଥିଲେ ଯେ ବିକାଶଶୀଳ ଦେଶରେ ବସବାସ କରୁଥିବା 7.3 ବିଲିୟନ ଲୋକ ବିକାଶ ର ଫାଇଦାରୁ ବଞ୍ଚିତ ହେବା ଉଚିତ ନୁହେଁ କାରଣ WTO ଏକ ଏପରି ସଙ୍ଗଠନ ଯାହା  ବାଣିଜ୍ୟ  ଜରିଆରେ ଦେଶ ଗୁଡିକର ଅଭିବୃଦ୍ଧି ଓ ବିକାଶ ର ଉଦବେଗ ଗୁଡିକର ଦୂରୀକରଣ କରିଥାଏ |

ଏହି ପ୍ରକାରର ଉଦବେଗ ଗୁଡିକ ବିଷୟରେ ଉଲ୍ଲେଖ କରି WTO ର ମହାନିର୍ଦ୍ଦେଶକ ରବର୍ଟ ଆଜେଭେଦୋ WTO ର ସଂସ୍କାର ଉପରେ ଜାରି ରହିଥିବା ଆଲୋଚନା ଉପରେ ଆଲୋକପାତ କରି କହିଥିଲେ ଯେ “ ଏହା ଆପଣଙ୍କ ନିଜ ସଙ୍ଗଠନ ….ଏହି ତର୍କ ବିତର୍କ ରେ ଆପଣ ନିଜ ସ୍ଵର ଉତ୍ତୋଳନ କରନ୍ତୁ” | ସେ ମଧ୍ୟ WTO ର କାର୍ଯ୍ୟ ସମସ୍ତ ତିନୋଟି ଯାକ ତଦାରଖ, ବିବାଦ ସମାଧାନ ତଥା କଥାବାର୍ତ୍ତା ରେ ସଦସ୍ୟ ମାନଙ୍କ ଆଲୋଚନାର ସାରଣ ସମୀକ୍ଷା ପ୍ରସ୍ତୁତ କରିଛନ୍ତି |

S&DT ର ବୁଝାମଣା ଅନୁଯାୟୀ ବହୁପକ୍ଷୀୟ ବାଣିଜ୍ୟ ନିୟମକୁ କାର୍ଯ୍ୟକାରୀ କରିବା ଲାଗି ବିକାଶଶୀଳ ତଥା ଅଳ୍ପ ବିକାଶଶୀଳ ଦେଶ ଗୁଡିକୁ ଅଧିକ ସମୟର ଆବଶ୍ୟକତା ରହିଛି | WTOର ମୁଖ୍ୟ ଆଜେବାଦୋ କହିଛନ୍ତି ଯେ S&DT ବ୍ୟବସ୍ଥାକୁ  ଏହି ଅଚଳାବସ୍ଥାରୁ ଦୂର କରିବା ଲାଗି ପରିବର୍ତ୍ତନାତ୍ମକ କରିବାକୁ ପଡିବ | ସେ କହିଛନ୍ତି ଯେ ବାଣିଜ୍ୟ ସୁବିଧା ବୁଝାମଣା ମଡେଲ ହେଉଛି  ଏକ ଶ୍ରେଷ୍ଠ ଉପାୟ ଯଦ୍ୱାରା ସବୁ ଦେଶ ନିଜର ଏକ  ନିର୍ଦ୍ଧିଷ୍ଟ ସ୍ଥାନ ନିର୍ଦ୍ଧାରିତ କରିପାରିବେ |କିନ୍ତୁ ଭାରତ ତଥା ଚୀନ ସମେତ ସମସ୍ତ ଯାକ 17ଟି ସଦସ୍ୟ କହିଛନ୍ତି ଯେ  S&DT ବ୍ୟବସ୍ଥା ବିକାଶଶୀଳ ଦେଶର ଅଧିକାର ଅଟେ ଓ ଏହାର ସଂରକ୍ଷଣ କରିବା ନିହାତି ଜରୁରୀ ତଥା ଏହି ବ୍ୟବସ୍ଥାର ସଶକ୍ତିକରଣ ପ୍ରମୁଖ ଅଳ୍ପ ବିକଶିତ ଦେଶ ଗୁଡିକର ପ୍ରସଙ୍ଗରେ ପ୍ରାଥମିକତାର ସହ ବର୍ତ୍ତମାନ ତଥା ଭବିଷ୍ୟତର WTO ବୁଝାମଣା ଭାବେ ଦେଖାଯିବା ଉଚିତ |କାଜାଖସ୍ତାନ, ତୁର୍କୀ,ଆର୍ଜେଣ୍ଟିନା, ବ୍ରାଜିଲ ତଥା ଗୁଏଟମାଲା ଭଳି ପାଞ୍ଚୋଟି  ଦେଶ ମିଳିତ ବିବୃତ୍ତିରେ ସ୍ଵାକ୍ଷର କରିନଥିଲେ | ବିଶ୍ଵ ବାଣିଜ୍ୟ ସଙ୍ଗଠନ ରେ ଭାରତ ର ସ୍ଥାୟୀ ପ୍ରତିନିଧି ଜେଏସ ଦୀପକ କହିଛନ୍ତି ଯେ S&DT  ପ୍ରସଙ୍ଗ ଉପରେ ଭାରତର ସ୍ଥିତି ସ୍ପଷ୍ଟ ରହିଛି |ଏହା WTO ବ୍ୟବସ୍ଥାର ଏକ ଆବଶ୍ୟକ ଭାଗ ଅଟେ ଓ ଦେଶଗୁଡ଼ିକର ଆହୁରି ବର୍ଗୀକରଣ କରିବା ଉପରେ ଭାରତ ବିଶ୍ଵାସ କରେ ନାହିଁ ବୋଲି ସେ କହିଛନ୍ତି | 22 ସଦସ୍ୟ ମଧ୍ୟରୁ 17 ସଦସ୍ୟ WTO ରେ ବିଶେଷ ତଥା ପାତର ଅନ୍ତର ବ୍ୟବସ୍ଥାକୁ ଆହୁରି ମଜବୁତ କରିବା ଲାଗି ଆହ୍ଵାନ ଜଣାଇଛନ୍ତି | ନୂଆଦିଲ୍ଲୀ ରେ ଅନୁଷ୍ଠିତ ଏହି ମନ୍ତ୍ରୀସ୍ତରୀୟ ବୈଠକରେ ଏକ କୌଶଳପୂର୍ଣ୍ଣ ଲାଭ ହୋଇଛି |

ମିଳିତ ମନ୍ତ୍ରୀସ୍ତରୀୟ ଘୋଷଣାନାମାରେ ଭାରତର ଭାଗୀଦାରୀ ବିନା 75 ସଦସ୍ୟ ମଧ୍ୟରେ WTO ରେ ଇଲେକ୍ଟ୍ରୋନିକ୍ସ –କମର୍ଷ ଉପରେ ଚାଲିଥିବା  ବହୁ ପକ୍ଷୀୟ ବୁଝାମଣା ବିଷୟରେ ଉଲ୍ଲେଖ କରାଯାଇନଥିବା ବେଳେ ଏଥିରେ ବହୁପକ୍ଷୀୟ ପ୍ରକ୍ରିୟାକୁ ସଂରକ୍ଷିତ କରିବାର ଆବଶ୍ୟକତା ଉପରେ ଜୋର ଦିଆଯାଇଛି | ସହମତି ଉପରେ ଆଧାରିତ ବହୁପକ୍ଷୀୟ ମାର୍ଗ ସମଷ୍ଟିଗତ ବିକାଶମୂଳକ ପରିଣାମ  ପ୍ରାପ୍ତ କରିବାର ଅତ୍ୟଧିକ ପ୍ରଭାବଶାଳୀ ମାଧ୍ୟମ ଅଟେ  ଯାହା  ବହୁପକ୍ଷୀୟ ବାଣିଜ୍ୟ ବ୍ୟବସ୍ଥାକୁ ସଶକ୍ତ କରିବାର ଅନୁକୂଳ ତଥା WTO ନିୟମ  ଆଧାରିତ ହେବା  ଉଚିତ ବୋଲି ଏଥିରେ କୁହାଯାଇଛି  |ନୂଆଦିଲ୍ଲୀର ମନ୍ତ୍ରୀସ୍ତରୀୟ ବୈଠକ ବାସ୍ତବିକରେ ଗତିଶୀଳତାର ପ୍ରବାହ କରିବା ସହ ଆନ୍ତର୍ଜାତୀୟ ବାଣିଜ୍ୟ କାରବାର ରେ ଏହାର ଯୋଗଦାନ ବୃଦ୍ଧି କରେଇବା ପ୍ରତି ଆନ୍ତର୍ଜାତୀୟ ପ୍ରତିଷ୍ଠାନ ଗୁଡିକ ପାଇଁ ଆଗକୁ ଅଗ୍ରସର ହେବା ଲାଗି  ସଂକେତ ଦେଇଥିଲା  |

ମୂଳ ଲେଖା :ଜି ଶ୍ରୀନିଭାସନ, ବରିଷ୍ଠ ସାମ୍ବାଦିକ

ଅନୁବାଦ : ରୀତା ଯୋଶୀ