ଭାରତୀୟ ରିଜର୍ଭ ବ୍ୟାଙ୍କ ଏବେ ନେଇଥିବା ନିଷ୍ପତ୍ତି ଯୋଗୁଁ ବ୍ୟାଙ୍କରୁ ଋଣନେଇଥିବା ଲୋକଙ୍କୁ ଏବେ ବଡ ଆଶ୍ବସ୍ତି ମିଳିଛି | ଏବେ ବ୍ୟକ୍ତିଗତ, ଖୁଚୁରା, କ୍ଷୁଦ୍ର ଏବଂ ମଧ୍ୟମ ଉଦୌଗ ଶ୍ରେଣୀ ଠାରୁ ବାହ୍ୟ ମାନଦଣ୍ତ ଶ୍ରେଣୀ ପର୍ଯ୍ୟନ୍ତଫ୍ଲୋଟିଙ୍ଗ ଋଣ ଦର ପରସ୍ପର ଲିଙ୍କ ହେବ ଏବଂ ଏହା ଅକ୍ଟୋବର 1 ତାରିଖଠାରୁ ରେପୋ ଦରରେ ସାମିଲ ହେବ | ରେପୋ ରେଟ ସେହି ଦରହୋଇଥାଏ ଯାହା ଉପରେ ବାଣିଜ୍ୟିକ ବ୍ୟାଙ୍କ ଭାରତୀୟ ରିଜର୍ଭ ବ୍ୟାଙ୍କରୁପଇସା ନେଇତାଏ | ଏହାର ଆବଶ୍ୟକତା ଏଇଥି ପାଇଁ ପଡିଲା କାରଣଯେତେବେଳେ ରିଜର୍ଭ ବ୍ୟାଙ୍କ ଉଧାର ଦରରେ ହ୍ରାସ କରେସେତେବେଳେ ସେହି ଅନୁପାତରେ ସବୁ ବ୍ୟାଙ୍କ ନିଜ ଉଧାର ଦରକୁ ହ୍ରାସକରିବାକୁ ରାଜି ହୋଇ ନଥାନ୍ତି|
ଏହି ପଦକ୍ଷେପ ବ୍ୟାପାର, ଉଦୌଗ ଏବଂ ଉପଭୋକ୍ତାମାନଙ୍କ ପାଇଁପରିବର୍ତ୍ତିତ ମୁଦ୍ରା ନୀତି ଦରକୁ ସେମାନଙ୍କ ନିକଟକୁ ଶିଘ୍ର ପହଞ୍ଚାଇବା ପାଇଁସୁନିଶ୍ଚିତ ପଦକ୍ଷେପ ସାଧାରଣତଃ ରିଜର୍ଭ ବ୍ୟାଙ୍କ ଯେତେବେଳେ ସୁଧହାରରେ ହ୍ରାସ କରେ ସେତେବେଳେ ବ୍ୟାଙ୍କମମାନେ ସେହି ଅନୁପାତରେହ୍ରାସ କରିନଥାନ୍ତି |
ଅନେକ ଦିନରୁ ଅର୍ଥବ୍ୟବସ୍ଥାରେ ଦେଖା ଦେଇଥିବା ମାନ୍ଦା ଅବସ୍ଥା ତଥାନିର୍ମାଣ ଏବଂ ସେବା କ୍ଷେତ୍ରରେ ହିତାଧିକାରୀମାନେ କମ ଋଣ ନେଉଥିବାକୁଦୃଷ୍ଟିରେ ରଖି ବ୍ୟାଙ୍କ ଏହି ରେପୋ ରେଟ କମ କରିଛି | ଚଳିତ ବର୍ଷ ମଇମାସରେ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ତିଆ ଘୋଷଣା କରିଥିଲା ଯେ ସେ ନିଜରସଞ୍ଚୟ ବ୍ୟାଙ୍କ ଖାତା ଏବଂ ତାସହିତ ଅଳ୍ପକାଳିନ ଋଣର ସୁଧ ଦରକୁ ରିଜର୍ଭବ୍ୟାଙ୍କର ରେପୋ ରେଟ ସହିତ ଯୋଡୁଛି | ସିଣ୍ତିକେଟ ବ୍ୟାଙ୍କ, ୟୁନିୟନବ୍ୟାଙ୍କ, ଇଣ୍ତିଆନ ବ୍ୟାଙ୍କ, ବ୍ୟାଙ୍କ ଅଫ ଇଣ୍ତିଆ ଏବଂ ଆହ୍ଲାବାଦ ବ୍ୟାଙ୍କ ଏହିପାଞ୍ଚଟି ଅନ୍ୟ ବ୍ୟାଙ୍କ ମଧ୍ୟ ଏପରି କରିବାକୁ ଘୋଷଣା କରିଛନ୍ତି |
ଭାରତୀୟ ରିଜର୍ଭ ବ୍ୟାଙ୍କ ନୂଆ ଘର ଏବଂ ଅଟୋ ଋଣକୁ ଯୋଡିବା ପାଇଁଯେଉଁ ତିନୋଟି ବାହ୍ୟ ମାପଦଣ୍ତର ପ୍ରସ୍ଥାବ ରଖିଛି ତାହା ଏହାର ନୀତିରେପୋ ରେଟ, ବିତ୍ତିୟ ବେଞ୍ଚମାର୍କ ଇଣ୍ତିଆ ପ୍ରାଇଭେଟ ଦ୍ବାରା ପ୍ରକାଶିତଭାରତ ସରକାରଙ୍କ ତିନି ମାସ ଏବଂ ଛଅ ମାସର ଟ୍ରେଜେରୀ ବିଲ କିମ୍ବାଅନ୍ୟ ବେଞ୍ଚ ମାର୍କ ଦ୍ବାରା ପ୍ରକାଶିତ ଅନ୍ୟ କୌଣସି ବଜାର ସୁଧ ଦର ଅଟେ | ରିଜର୍ଭ ବ୍ୟାଙ୍କ ବ୍ୟାଙ୍କଗୁଡିକୁ ଖୁଚୁରା ଫ୍ଲୋଟିଙ୍ଗହୋମ ଏବଂ ଅଟୋଲୋନ ତଥା କ୍ଷୁଦ୍ର ଓ ମଧ୍ୟମ ଉଦୌଗ ଋଣ ବ୍ୟତିତ ଅନ୍ୟ ବାହ୍ୟଋଣକାରୀଙ୍କୁ ମଧ୍ୟ ଏହିପରି ମାନଦଣ୍ତ ସହହ ଯୋଡି ଋଣ ଦେବାକୁ ଅନୁମତିଦେଇଛି |
ନୂଆ ଋଣ ମୂଲ୍ୟ ନିର୍ଦ୍ଧାରଣ ପଦ୍ଧତି ଆପଣାଇଲେ ମୁଦ୍ରା ପ୍ରବାହରେ ସହାୟତାମିଳିବ କିନ୍ତୁ ଏହି ପୁରା ଚକ୍ରରେ ବ୍ୟାଙ୍କ ପାଇଁ ପ୍ରସାର ଏବଂ ମାର୍ଜିନରେଅଧିକ ଅସ୍ଥିରତା ଆସିବ | ଯେତେବେଳେ ରେପୋ ରେଟ କମ ହୁଏସେତେବେଳେ ଜମା ରେଟରେ ପରିବର୍ତ୍ତନ ହୁଏ ଆଉ ଯେତେବେଳେଏହା ବୃଦ୍ଧି ପାଏ ସେତେବେଳେ ଋଣ ଦରକୁ ବଢାଇବା ପାଇଁ ବ୍ୟାଙ୍କଚାହିଁଥାଏ | ଏଥିରେ ସନ୍ଦେହ ନାହିଁ ଏହି ନୂଆ ପଦକ୍ଷେପ ଗାଡି କିମ୍ବା ଘରକିଣିବା ପାଇଁ ଋଣର ଫ୍ଲୋଟିଙ୍ଗ ଦର ଉପରେ ସୁଧକୁ କମ କରିବା ପାଇଁନିଆ ଯାଇଚି |
ଆଲେଖ୍ୟ: ଜି. ଶ୍ରୀନିବାସନ
ଭାବାନୁବାଦ: ରାମଚଂଦ୍ର ନାଥ