ଭାରତ ଗସ୍ତରେ ମଙ୍ଗୋଲିଆ ରାଷ୍ଟ୍ରପତି

ମଙ୍ଗୋଲିଆର ରାଷ୍ଟ୍ରପତି ଖଲଟାମାଗିନ ବତୁଲ୍ଗା, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଆମନ୍ତ୍ରଣ କ୍ରମେ ଭାରତ ଗସ୍ତରେ ଆସିଛନ୍ତି  | ପ୍ରାୟ ଗୋଟିଏ ଦଶନ୍ଧି ପରେ ମଙ୍ଗୋଲିଆର କୌଣସି ରାଷ୍ଟ୍ରପତି ଭାରତ ଗସ୍ତରେ ଆସିଛନ୍ତି  | ଶ୍ରୀ ବତୁଲ୍ଗାଙ୍କ ସହିତ ତାଙ୍କ ସରକାରଙ୍କ ଉଚ୍ଚସ୍ତରୀୟ କର୍ତ୍ତୃପକ୍ଷ ଏବଂ ଶିଳ୍ପପତିମାନଙ୍କ ପ୍ରତିନିଧି ମଣ୍ତଳି ଆସିଛନ୍ତି|

ଭାରତର ରାଷ୍ଟ୍ରପତି ଏବଂ ଉପ ରାଷ୍ଟ୍ରପତିଙ୍କ ଦ୍ବାରା ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସମ୍ମାନାର୍ଥେ ଏକ ନଶ୍ୟ ଭୋଜିସଭାର ଆୟୋଜନ ହୋଇଥିଲା ଯେଉଁଠି ବିବିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି  | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ମଧ୍ୟ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ପ୍ରତିନିଧି ସ୍ତରୀୟ ଆଲୋଚନା ହୋଇଛି  | ଦୁଇ ପକ୍ଷ ଆଞ୍ଚଳିକ ଏବଂ ଆନ୍ତର୍ଜାତୀୟ ପ୍ରସଙ୍ଗ ଉପରେ ଆଲୋଚନା କରିଛନ୍ତି | ଦୁଇ ଦେଶ ଦକ୍ଷତା ବିକାଶ, ପ୍ରତିରକ୍ଷା, ନିରାପତ୍ତା, ଭିତ୍ତିଭୂମି, ଶକ୍ତି, ଦୁର୍ବିପାକ ପରିଚାଳନା ଏବଂ ସାଂସ୍କୃତିକ  ଆଦାନପ୍ରଦାନ ଆଦି ପ୍ରସଙ୍ଗକୁ ନେଇ ଦ୍ଵିପକ୍ଷୀୟ ସହଯୋଗ ଉପରେ ଆଲୋଚନା ହୋଇଛି | ପ୍ରଧାନମନ୍ତ୍ରୀ ମୋଦି ଏହା ପୂର୍ବରୁ ସେପ୍ଟେମ୍ବର 2019 ପ୍ରଥମ ସପ୍ତାହରେ ରୁଷର ଭ୍ଲାଦିଭୋଷ୍ଟକରେ ଇଷ୍ଟର୍ଣ୍ଣ ଇକୋନୋମିକ ଫୋରମ ବୈଠକ କାଳରେ ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ସହ ସାକ୍ଷାତ ଆଲୋଚନା କରିସାରିଛନ୍ତି |

ଭାରତ ପୂର୍ବାଞ୍ଚଳ ରାଷ୍ଟ୍ରଗୁଡିକ ସହିତ ଏହାର ସଂପର୍କକୁ ପୁନଃ ମଜବୁତ କରିବା ଆରମ୍ଭ କରିଛି ଏବଂ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ଏହି ମର୍ମରେ 2015ରେ ମଙ୍ଗୋଲିଆ ଗସ୍ତ କରିଥିଲେ | ଦୁଇ ପକ୍ଷ 2015ରେ କେତେକ ରାଜିନାମା ସ୍ଵାକ୍ଷର କରିଥିଲେ ଯାହାର ଆଧାର ଥିଲା ଗଣତନ୍ତ୍ର, ସ୍ଵାଧିନତା ଏବଂ ବୌଦ୍ଧ ଐତିହ୍ୟ | ବର୍ତ୍ତମାନ ପାଞ୍ଚ ଦିନ ପାଇଁ ଭାରତକୁ  ଆସିଥିବା ମଙ୍ଗୋଲିଆ ରାଷ୍ଟ୍ରପତିଙ୍କ ଗସ୍ତ ଦୁଇ ଦେଶ ମଧ୍ୟରେ ସଂପର୍କକୁ ଆହୁରି ସୁଦୃଢ କରିବ |

ଭାରତ ଏବଂ ମଙ୍ଗୋଲିଆ ମଧ୍ୟରେ 1955 ଡିସେମ୍ଵରରେ କୂଟନୈତିକ ସଂପର୍କ ସ୍ଥାପନ ହୋଇଥିଲା | ବୌଦ୍ଧ ଧର୍ମର ସଂଯୋଗ ଯୋଗୁଁ ମଙ୍ଗୋଲିଆ ପାଇଁ ଭାରତ ହେଉଛି ଆଧ୍ୟାତ୍ମିକ ପଡୋଶୀ | ଚିନ ଏବଂ ରୁ, ଏହି ଦୁଇ ଦେଶ କେବଳ ଏହାର ପଡୋଶୀ ଦେଶ | ମଙ୍ଗୋଲିଆରେ ଥିବା ଭାରତର ପୂର୍ବତନ ରାଷ୍ଟ୍ରଦୂତ ବକୁଳ ରିମ୍ପୋଚେଙ୍କୁ ମଙ୍ଗୋଲିଆ ଆଜି ମଧ୍ୟ ସମ୍ମାନ ଦେଖାଏ କାରଣ ତାଙ୍କ ସମୟରେ ସେଠାରେ ଅନେକ ବୌଦ୍ଧ କୀର୍ତ୍ତିରାଜିର ପୁନଃରୁଦ୍ଧାର ହୋଇଥିଲା |  ମଙ୍ଗୋଲିଆର ଆୟତନ ବଡ ଥିଲେ ମଧ୍ୟ ଏହାର ଲୋକସଂଖ୍ୟା କମ ଏହା ସତ୍ତ୍ଵେ ମଧ୍ୟ ଦୁଇ ଦେଶ ମଧ୍ୟରେ ବାଣିଜ୍ୟିକ କାରବାର ବି କମ ରହିଛି | 2018-19ରେ କାରବାର ମାତ୍ର 23.83 ମିଲିୟନ ଡଲାର ଥିଲା |

ଭାରତ ଏହାର ପୂର୍ବ ଆକ୍ଟ ଏବଂ ପୂର୍ବ ଫାର ଆକ୍ଟ ନୀତିକୁ ଅଧିକ ପ୍ରଖର କରିଥିବା ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି ନିକଟରେ ରୁଷ ଗସ୍ତ କାଳରେ ଘୋଷଣା କରିଛନ୍ତି  | ପ୍ରମୁକ ଆନ୍ତର୍ଜାତୀୟ ପ୍ରସଙ୍ଗରେ ମଙ୍ଗୋଲିଆ ଭାରତକୁ ସମର୍ଥନ କରୁଛି |

 

ଆଲେଖ:  ଅଥର ଜାଫର

ଭାବାନୁବାଦ:  ରାମଚଂଦ୍ର ନାଥ