ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ସମ୍ମୁଖରେ ଚ୍ୟାଲେଞ୍ଜ

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ(ଏନଏଏମ) ଏବେ ଚର୍ଚ୍ଚାର ପରିସର ମଧ୍ୟରେ ନଥିବାବେଳେ ଆଜରବୈଜାନ ଏହାର ଅଠରତମ ଶିଖର ବୈଠକ ଆୟୋଜନ କରୁଛି | ବର୍ତ୍ତମାନ ଆନ୍ତର୍ଜାତୀୟ ସ୍ତରରେ ଯେପରି ପରିବର୍ତ୍ତନ ଆସିଛି ସେତେବେଳେ ଏନଏଏମର ଗୁରୁତ୍ଵ ଲାଘବ ହେବାରେ ଲାଗିଛି | ଏବେ ବିଶ୍ଵରେ ନୂଆ ଭୂ ରାଜନୈତିକର ସମୀକରଣ ଦେଖୁଛି | ଏକ ବିଂଶ ଶତାବ୍ଦିକୁ ଜଣେ ବିଶେଷଜ୍ଞ ଜିଜିରୋ ବିଶ୍ଵ କହିଥିଲେ ଅର୍ଥାତ ଏବେ ଏହା କୌଣସି ଗୋଟିଏ ଦେଶ, ଗୋଷ୍ଠି ବା ସଂସ୍ଥାର ଦବଦବା ନାହିଁ ବରଂ ବିଭିନ୍ନ ଆଞ୍ଚଳିକ ଗୋଷ୍ଠିର ଆର୍ଥିକ ତଥା ରାଜନୈତିକ ସ୍ତର ଉପରେ ପ୍ରଭାବକୁ ଅନୁଭବ କରାଯାଉଛି |

କିଛି ବର୍ଷ ପୂର୍ବେ ଭାରତର ତୁଙ୍ଗ ରାଜନୈତିକମାନେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ-2 ନାମରେ ଏକ ଦସ୍ତାବେଜ ଜାରି କରିଥିଲେ ଯେଉଁଥିରେ କୁହାଯାଇଥିଲା ଯେ ଗୋଷ୍ଠି ଆନ୍ଦୋଳନର ମୂଳ ସିଦ୍ଧାନ୍ତରେ ରହି ଭାରତ ବିଶ୍ଵ ମଞ୍ଚରେ ପ୍ରଭାବଶାଳି ହେବ ଏବଂ ନିଜର ରାଜନୈତିକ ସ୍ଵାୟତତ୍ତା ତଥା ମୂଲ୍ୟବୋଧକୁ ରକ୍ଷା କରିବ  | ଶିତଳ ଯୁଦ୍ଧର ସମାପ୍ତି ପରେ ଏବେ ଶିତଳ ଯୁଦ୍ଧ ଦ୍ଵିତୀୟ ଜାରି ରହିଛି  | ଏହାର ପ୍ରକୃତି ଭିନ୍ନ କିନ୍ତୁ ସମପରିମାଣରେ ସାଂଘାତିକ | ଏପରିସ୍ଥଳେ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନକୁ ପୁନଃ ପରିଭାସିତ କରିବାର ଆବଶ୍ୟକତା ରହିଛି  | ଭାରତର ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କ କହିବା ଅନୁଯାୟୀ ଭାରତର ବିଦେଶ ନୀତି ପ୍ରସଙ୍ଗ ଉପରେ ଆଧାରିତ ସଂପର୍କ, ମହାଶକ୍ତିର ପଥରେ ଚାଲିବା ଏବଂ ବିଶ୍ଵରେ ଭାରତର ପ୍ରଭାବ ପରିଲକ୍ଷିତ କରାଇବା ଉପରେ ମହତ୍ତ୍ଵ ଦେଇଥାଏଅର୍ଥାତ ଏହା ଏନଏଏମକୁ ସ୍ଵୀକୃତି ଦେବା ସହ କୌଣସି ବି ଗୋଷ୍ଠିରେ ସାମିଲ ହୋଇପାରେ |

ଗୋଷ୍ଠି ନିରପେକ୍ଷ ଆନ୍ଦୋଳନ ପୂର୍ବରୁ ଏପରି କେବେ ଅଧିକ ଆବଶ୍ୟକତା ରହୁନଥିଲା | ଏବେ ଏହି ସମ୍ମିଳନୀ ଏପରି ସ୍ଥାନରେ ହେଉଛି ଯିଏ ପୂର୍ବରୁ କେବେ ଏହି ସଂସ୍ଥାର ନଥିଲା  | ଏହା ଏଇଥିପାଇଁ କାରଣ ଏବେ ଜି-20 ଏବଂ ବ୍ରିକ୍ସ ପରି ମଞ୍ଚ ଆନ୍ତର୍ଜାତୀୟ କାର୍ଯ୍ୟସୂଚି ଗ୍ରହଣ କରିବାକୁ ଲାଗିଲାଣି ଏବଂ ଭାରତର ସ୍ତ ଏଥିରେ ଗୁରୁତ୍ଵପୂର୍ଣ୍ଣ ହେଲାଣି |  ଏନଏଏମ ଆଜି ମଧ୍ୟ ଏକ ବହୁତ ବଡ ସଂଗଠନ | ଭାରତ ମଧ୍ୟ ଏହାରମୂଳଦୁଆ ରଖିଥିଲା | ଏଣୁ ଏହାର ସିଦ୍ଧାନ୍ତର ମୂଲ୍ୟବୋଧ ଭାରତ ଭଲ ଭାବରେ ଜାଣେ | ଭାରତ ଏହା ମାଧ୍ୟମରେ ଗାନ୍ଧିଜୀଙ୍କ ସ୍ଵପ୍ନ ମାନେ ସାଧାରଣ ଲୋକଙ୍କ ଆଶା ଆସଂକ୍ଷା ପୂରଣ ହେଇପାରିବ ବୋଲି ବିବେଚନା କରୁଥିଲା |

ଏବେ ମଧ୍ଯ ନୂଆ ସ୍ଵାଧୀନ ଦେଶମାନେ ଏହାର ଭାଗିଦାରୀ ହେବାକୁ ପସନ୍ଦ କରିଛନ୍ତି ଯାହାଦ୍ଵାରା ମହାଶକ୍ତିଶାଳି ଦେଶର ପ୍ରଭାବରେ ସେମାନେ ଯେପରି ଗୌଣ ନହେବେ | ଆଜି ମଧ୍ୟ ଏନଏଏମର ମୂଳମନ୍ତ୍ର ସମାନତା ଆଧାରିତ ବିଶ୍ଵ ବ୍ୟବସ୍ଥାର ଗୁରୁତ୍ଵ ରହିଛି |

ଭାରତ ଗୋଷ୍ଠି ନିରପେକ୍ଷ ଆନ୍ଦୋଳନର ଲକ୍ଷ୍ୟ ପ୍ରତି ପ୍ରତିଜ୍ଞାବଦ୍ଧ ଅଛି  | ଭାରତ ଭାବେ ଯେ ବିକାଶଶୀଳ ଦେଶମାନଙ୍କର ହିତ ଏହି ମଞ୍ଚ ପୁରା କରିପାରିବ |

ଆଜି ଜାତିସଂଘ ପୂର୍ବ ପରି ଆଉ ପ୍ରଭାବଶାଳି ହୋଇ ରହିନାହିଁ କିନ୍ତୁ କୌଣସି ବି ଦେଶ ଏହାକୁ ଛାଡିବାକୁ ଭାବି ପାରିବନି | ଗୋଷ୍ଠି ନିରପେକ୍ଷ ମଞ୍ଚ ଏପରି ସଂଗଠନ ଯାହାକୁ ଭାରତ ଜାତିସଂଘରେ ସ୍ଥାୟୀ ସଦସ୍ୟତା ପାଇଁ ଉପଯୋଗ କରିପାରିବ  | ଆଜି ଭାରତ ବିକାଶଶୀଳ ଦେଶମାନଙ୍କୁ ସହାୟତା କରୁଥିବା ପ୍ରମୁଖ ଦେଶ |

ଆଗାମୀ ବାକୁ ଶିଖର ବୈଠକରେ ସତତ ବିକାଶ ପାଇଁ ଏଜେଣ୍ତା 2030, ଜଳବାୟୁ ପରିବର୍ତ୍ତନ ଉପରେ ପ୍ୟାରିସ ବୁଝାମଣା ତଥା ବିଶ୍ଵ ଅର୍ଥ ବ୍ୟବସ୍ଥାରେ ସୁଧାର ଉପରେ ଗୁରୁତ୍ଵ ଦିଆଯାଉଛି |

ଏବେ ଆଜରବୈଜନା ଏହି ଆନ୍ଦୋଳନକୁ ନେତୃତ୍ଵ ଦେବାକୁ ଚାହୁଁଛି  | ରୁଷ ଏବଂ ନାଟୋ ସହିତ ଏହାର ସଂପର୍କ ଭଲ ଥିବାରୁ ନେତୃତ୍ଵ ନେବାର କ୍ଷମତା ମଧ୍ୟ ଏହାର ଅଛି | ବାକୁ ଶିଖର ବୈଠକରେ ଆନ୍ତର୍ଜାତୀୟ ଏବଂ ଆଞ୍ଚଳିକ ବିଷୟ ଉପରେ ଆଲୋଚନା ହେବ | ସଦସ୍ୟ ଦେଶମାନହ୍କ ମଧ୍ୟରେ ତାଳମେଳ, ଶାନ୍ତି, ସ୍ଥିରତା ଏବଂ ଆନ୍ତର୍ଜାତୀୟ ସୁରକ୍ଷାକୁ ସୁଦୃଢ କରିବା ଉପରେ ଏହି ସମ୍ମିଳନୀ ଗୁରୁତ୍ଵ ଦେବ |

ଆଲେଖ:  ଆଶ୍ ନାରାୟଣ ରୟ

ଭାବାନୁବାଦ:   ରାମଚଂଦ୍ର ନାଥ