ଜମ୍ମୁ କଶ୍ମୀର ଏବଂ ଲଦାଖ ପାଇଁ ଏକ ନୂଆ ଅଧ୍ୟାୟ

ଇତିହାସର ଏକ ଆକସ୍ମିକତାରୁ ସୃଷ୍ଟି ଜମ୍ମୁ କଶ୍ମୀର ଗତ କାଲି ପର୍ଯ୍ୟନ୍ତ ଏକ ରାଜ୍ୟ ଥିଲା। ଡୋଗ୍ରା ଶାସକ ମହାରାଜା ଗୁଲାବ ସିଂହ ଏବଂ ବ୍ରିଟିଶ ଶାସନ ମଧ୍ୟରେ 1846ରେ ହୋଇଥିବା ଅମୃତସର ଚୁକ୍ତି ଅନ୍ତର୍ଗତ ଦକ୍ଷିଣାଞ୍ଚଳ ଜମ୍ମୁ ଏବଂ କଶ୍ମୀର ଉପତ୍ୟକା ଏକତ୍ର ହୋଇଥିଲା। ଜେନେରାଲ ଜୋରାୱର ସିଂହଙ୍କ ଦ୍ୱାରା ଅଧିକୃତ ଲଦାଖ ମଧ୍ୟ ଡୋଗ୍ରା ରାଜ୍ୟର ଅଂଶବିଶେଷ ଥିଲା। ଯାହାକୁ ଲିଟିଲ ତିଦ୍ବତ କୁହାଯାଏ କାରଣ ଏଠାରେ ବୌଦ୍ଧ ଧର୍ମାଲମ୍ୱିମାନେ ଅଧିକ ସଂଖ୍ୟାରେ ରହିଛନ୍ତି। ଏବେ ସଂପୂର୍ଣ୍ଣ ଜମ୍ମୁ କଶ୍ମୀର ଅଞ୍ଚଳକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଭାବେ ବିଭକ୍ତ କରାଯାଇଛି ଯାହାକି 31 ଅକ୍ଟୋବର 2019 ଠାରୁ କାର୍ଯ୍ୟକାରୀ ହୋଇଛି।

ଲଦାଖ ପାଇଁ ଏହା ସେମାନଙ୍କର ଦୀର୍ଘ ଦିନର ଇଛା ପୂରଣ ହୋଇଛି । 1970ରେ ଲଦାଖର ବୌଦ୍ଧ ନେତା ଲାମ୍ୱା ଲୋବଜାଙ୍ଗ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କରିବାକୁ ଦାବି କରିଥିଲେ। ଯାହାଦ୍ୱାରା ଲଦାଖର ଅନେକ ସମସ୍ୟା ଦୂର ହୋଇପାରିବ। ଏମିତିବି ଜମ୍ମୁ କଶ୍ମୀର ରାଜ୍ୟରେ ରହି ସେମାନଙ୍କ ପ୍ରତି ବୈମାତୃକ ବ୍ୟବହାର କରାଯାଉଥିବା ଲଦାଖର ଲୋକମାନେ ଅଭିଯୋଗ କରୁଥିଲେ। କେନ୍ଦ୍ର ଶାସିତ ଅଞ୍ଚଳ ଘୋଷଣା ହେବା ପରେ ଲଦାଖର ଲୋକମାନେ ଏହାକୁ ଉତ୍ସବ ଭାବେ ପାଳନ କରିଛନ୍ତି।

ଅନ୍ୟ ପକ୍ଷରେ ଜମ୍ମୁର ଲୋକମାନେ ସେମାନଙ୍କର ନୂଆ ପରିଚୟକୁ ସ୍ୱାଗତ କରିଛନ୍ତି ଜମ୍ମୁ କଶ୍ମୀର କେନ୍ଦ୍ର ଶାସିତ ଅଞ୍ଚଳ ହୋଇଥିବାରୁ ଯାହାକି ଏକ ଐତିହାସିକ ଆବଶ୍ୟକତା ଥିଲା। ପ୍ରକୃତରେ ପାଞ୍ଚ ଦଶନ୍ଧି ପୂର୍ବରୁ ଜମ୍ମୁର ଲୋକମାନେ ଏଥିପାଇଁ ଦାବି କରୁଥିଲେ। ଜମ୍ମୁର ପ୍ରଜା ପରିଷଦ ପାର୍ଟି ନେତୃତ୍ୱରେ ଆକ ନିଶାନ ଏକ ପ୍ରଧାନ ଆନ୍ଦୋଳନ ଏହି ଚିନ୍ତାଧାରାର ପରିଚାୟକ ଥିଲା।

ଜମ୍ମୁ କଶ୍ମୀରର ପୁନର୍ଗଠନ ହୋଇ ଏହା କେନ୍ଦ୍ର ଶାସିତ ଅଞ୍ଚଳ ହେବା କଶ୍ମୀରର କିଛି ଗୋଷ୍ଠିଙ୍କୁ ପସନ୍ଦ ନୁହେଁ ଯେଉଁମାନେ ନିଜକୁ ସ୍ବତନ୍ତ୍ର ଭାବୁଥିଲେ ଏବଂ ସେମାନଙ୍କର ସ୍ବତନ୍ତ୍ରତା ଲୋପ ହୋଇଯିବ ବୋଲି ଆଶଙ୍କା କରୁଛନ୍ତି। ଏବେ ବିକାଶ ପାଣ୍ଠିର ସଦୁପଯୋଗ କଶ୍ମୀରରେ ହୋଇପାରିବ। ସେଠାରେ ହେଉଥିବା ବ୍ୟାପକ ଦୁର୍ନିତୀ ଏବେ ରୋକା ଯାଇପାରିବ। ବିଶେଷ କରି ବିଚ୍ଛିନ୍ନତାବାଦିମାନେ ଯେପରି ସୁବିଧା ସୁଯୋଗ ହାତଉଥିଲେ ତାହା ଏବେ ବନ୍ଦ ହେବ। ତାଛଡା ମୌଳବାଦିମାନଙ୍କୁ ସଠିକ ଭାବେ ମୁକାବିଲା କରିହେବ। ସୀମାପାର ସନ୍ତ୍ରାସବାଦକୁ ଏବେ ଆହୁରି ସଫଳତାର ସହିତ ମୁକାବିଲା କରାଯିବ।

ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ ତାଙ୍କ ପ୍ରତିଶ୍ରୁତିକୁ ଦୋହରାଇ କହିଛନ୍ତ ଯେ ପରିସ୍ଥିତି ସ୍ୱାଭାବିକ ହେବା ପରେ ଭବିଷ୍ୟତରେ ଜମ୍ମୁ କଶ୍ମୀରକୁ ପୂର୍ଣ୍ଣ ରାଜ୍ୟର ମାନ୍ୟତା ପୂର୍ବ ପରି ଦିଆଯିବ। କେନ୍ଦ୍ର ଶାସିତ ଅଞ୍ଚଳ କରାଯାଇ କଶ୍ମୀରର ସ୍ୱାୟତତାକୁ କ୍ଷୁର୍ଣ୍ଣ କରାଯାଇନାହିଁ ବରଂ କଶ୍ମୀରର ନିରାପତ୍ତାକୁ ଦୃଷ୍ଟିରେ ରଖି ଏପରି କରାଯାଇଛି। ଆଜି ଦେଶ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲଙ୍କ 144ତମ ଜନ୍ମ ବାର୍ଷିକୀ ପାଳନ କରୁଥିବାବେଳେ ଗତକାଲି ଜମ୍ମୁ କଶ୍ମୀର ଏବଂ ଲଦାଖକୁ କେନ୍ଦ୍ର ଶାସିତ ଅଞ୍ଚଳ କାର୍ଯ୍ୟକାରୀ କରାଯିବା ଗୁରୁତ୍ୱ ବହନ କରୁଛି।

 

ଆଲେଖ:  ଏମ.କେ. ଟିକୁ

ଭାବାନୁବାଦ:  ରାମଚଂଦ୍ର ନାଥ