ଚାନସେଲର ମାର୍କେଲଙ୍କ ଭାରତ ଯାତ୍ରା ଦ୍ଵାରା ପରସ୍ପର ସଂପର୍କ ସୁଦୃଢ

ଜର୍ମାନ ଚାନସେଲର ଏଞ୍ଜଲା ମାର୍କେଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ପଞ୍ଚମ ଅନ୍ତଃ ସରକାରୀ ଆଲୋଚନା ବିନିମୟ ବୈଠକରେ ସହଅଧ୍ୟକ୍ଷତା କରିଛନ୍ତି  | କେତେକ ବଛାବଛା ଦେଶମାନଙ୍କ ସହିତ ଜର୍ମାନୀ ଏପରି ଆଲୋଚନା କରିଥାଏ ଯେଉଁଥିରେ ଭାରତ ଅନ୍ୟତମ  | ମାର୍କଲଙ୍କ ଏହା ଚତୁର୍ଥ ଭାରତ ଗସ୍ତ | ତାଙ୍କ ସହିତ 12 ଜଣ ମନ୍ତ୍ରୀ ଏବଂ ଏକ ବଡ ଶିଳ୍ପପତି ମାନଙ୍କ ପ୍ରତିନିଧିମଣ୍ତଳି ଆସିଛନ୍ତି  | ମାର୍କେଲ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି | ସାକ୍ଷାତ ପରେ ରାଷ୍ଟ୍ରପତି କହିଛନ୍ତି ଯେ ଭାରତ ଜର୍ମାନୀ ସହିତ ଯେପରି ବାଣିଜ୍ୟିକ ସଂପର୍କ ରଖିଛି ଏହାକୁ ଦେଖି ୟୁରୋପୀୟ ସଂଘ ସହିତ ନିଜର ବାଣିଜ୍ୟିକ କାରବାର ବଢାଇବାକୁ ଚାହୁଁଛି | ଏଥିରୁ ଲାଗୁଛି ଯେ ଭାରତ ଖୁବ ଶିଘ୍ର ଏସଂପର୍କରେ ଆଲୋଚନା ଆରମ୍ଭ କରିବ  | ରାଷ୍ଟ୍ରପତି କୋବିନ୍ଦ ଏହା ମଧ୍ୟ କହିଛନ୍ତି ଯେ ଉଭୟ ଦେଶକୁ ଏକ ବହୁ ପକ୍ଷୀୟ ଏବଂ ବହୁ ଧ୍ରୁବୀୟ ବିଶ୍ଵ ବ୍ୟବସ୍ଥାରେ ଦୃଢତା ଆଣିବାରେ ମିଳିମିଶି କାମ କରିବା ଦରକାର ଏବଂ ସନ୍ତ୍ରାସବାଦର ମୁକାବିଲା ପାଇଁ କାମ କରିବା ଦରକାର |

ଆଇଜିସି ବୈଠକରେ ପ୍ରଧାନମନ୍ତ୍ରୀ ମୋଦି ଏବଂ ଚାନସେଲର ମାର୍କେଲ, ଭାରତ ଜର୍ମାନୀ ମଧ୍ୟରେ କୌଶଳଗତ ଭାଗିଦାରୀ, ପରସ୍ପର ମୂଲ୍ୟବୋଧ ଏବଂ ଗଣତାନ୍ତ୍ରୀକ ସିଦ୍ଧାନ୍ତ ଉପରେ ଆଧାରିତ ବୋଲି ଦୋହରାଇବା ସହିତ ଉଭୟ ଦେଶ ମୁକ୍ତ ଏବଂ ନିରପେକ୍ଷ ବ୍ୟାପାର, ନିୟମ ଉପରେ ଆଧାରିତ ଆନ୍ତର୍ଜାତୀୟ ବ୍ୟବସ୍ଥା ଏବଂ ପରସ୍ପର ବିଶ୍ଵାସ ଉପରେ ସମାନ ଆଭିମୁଖ୍ୟ ରଖିଥିବା କହିଛନ୍ତିପ୍ରଧାନମନ୍ତ୍ରୀ କହିଛନ୍ତି ଯେ ମାର୍କେଲ କେବଳ ଜଣେ ବଂଧୁ ନୁହଁନ୍ତି ବରଂ ଜଣେ ବିଶ୍ଵ ନେତା ଉଭୟ ନେତା | ଦୁଇ ବର୍ଷ  ପୂର୍ବରୁ ଉଠାଯାଇଥିବା ପଦକ୍ଷେପର ସମୀକ୍ଷା କରିବା ସହିତ 11ଟି ବୁଝାମଣା କରିଛନ୍ତି | ଆଇଜିସି ବୈଠକ ଶେଷରେ ଜାରି ମିଳିତ ବିବୃତ୍ତିରେ 73ଟି ଦିଗ ଉପରେ ଉଭୟ ଦେଶ ମଧ୍ୟରେ ପାଞ୍ଚଟି କ୍ଷେତ୍ରରେ ଭାଗିଦାରୀ କ୍ଷେତ୍ର କରାଯିବାକୁ ନିର୍ଣ୍ଣୟ ନିଆଯାଇଛି  | ଉଭୟ ପକ୍ଷ ସ୍ଵାସ୍ଥ୍ୟ, ପରିବହନ, ପରିବେଶ ଏବଂ କୃଷି କ୍ଷେତ୍ରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସର ଉପଯୋଗ କରିବାକୁ ରାଜି ହୋଇଛନ୍ତି | ବାଣିଜ୍ୟ ଏବଂ ନିବେଶ କ୍ଷେତ୍ରରେ ଉଭୟ ନେତା ଆନ୍ତର୍ଜାତୀୟ ବ୍ଯାପାର ପ୍ରଣାଳି ଏବଂ ବିଶ୍ଵ ବାଣିଜ୍ୟ ସଂଗଠନର ନିୟମ ଆଧାରିତ | ଆନ୍ତ୍ରର୍ଜାତୀଯ ବ୍ୟବସ୍ଥା ପାଇଁ ସହଯୋଗ ଉପରେ ସହମତ ହୋଇଛନ୍ତି  | ଉଭୟ ନେତା ଶକ୍ତିର କୁଶଳ ଉପଯୋଗ, ମୋବିଲିଟି କାର୍ଯ୍ୟକ୍ରମ ଏବଂ ଅକ୍ଷୟ ଶକ୍ତି କ୍ଷେତ୍ରରେ ସହଯୋଗର ଆଦାନ ପ୍ରଦାନ ଉପରେ ମଧ୍ଯ ଗୁରୁତ୍ଵ ଦେଇଛନ୍ତି  | ସହଯୋଗର ଅନ୍ଯ କ୍ଷେତ୍ର ଯେପରିକି ଦ୍ରୁତଗାମୀ ରେଳ ପରିଯୋଜନା, ବେସାମରିକ ବିମାନ ଚଳାଚଳ ଏବଂ ପ୍ରାକୃତିକ ଦୁର୍ବିପାକର ମୁକାବିଲା ପାଇଁ ମୌଳିକ ଢାଞ୍ଚା ସଂପର୍କରେ ସହଯୋଗକୁ ସ୍ଵାଗତ କରିଛନ୍ତି |

ଉଭୟ ଦେଶ ପ୍ୟାରିସ ରାଜିନାମା ଅନ୍ତର୍ଗତ ଜଳବାୟୁ ପରିବର୍ତ୍ତନ ବିଷୟ ଉପରେ କାମ କରୁଛନ୍ତି  | ଶକ୍ତି କ୍ଷେତ୍ରରେ ଭାରତ ଜର୍ମାନୀ ଶକ୍ତି ମଞ୍ଚ, ଭାରତ ଜର୍ମାନୀ ସୌର ଭାଗିଦାରୀ 2015 ଏବଂ ସବୁଜ ଶକ୍ତି 2013 ଉପରେ ମଧ୍ୟ ଆଲୋଚନା କରିଛନ୍ତି  | 2020ରେ ଦୁଇ ଦେଶ ମଧ୍ୟରେ ରହିଥିବା କୌଶଳଗତ ସଂପର୍କର ଦୁଇ ଦଶନ୍ଧି ପୂରା ହେବାକୁ ଯାଉଛିଏହାକୁ ଦୃଷ୍ଟିରେ ରଖି ପ୍ରତିବର୍ଷ ବିଦେଶ ମନ୍ତ୍ରଣାଳୟ ସ୍ତରରେ ଆଲୋଚନାର ଆଦାନ ପ୍ରଦାନ କରାଯିବାକୁ ସ୍ଥିର କରାଯାଇଛି | ଉଭୟେ ଆଫଗାନିସ୍ଥାନର ଶାନ୍ତିପୂର୍ଣ୍ଣ ବିକାଶକୁ ସ୍ଵୀକୃତି ଦେବାକୁ ଯାଇ ଇରାନ ସହିତ ପରମାଣୁ ରାଜିନାମାକୁ ମଧ୍ୟ ନିଜର ପୂର୍ଣ୍ଣ ସମର୍ଥନ ଦେଇଛନ୍ତିଉଭୟ ନେତା ଶାନ୍ତି ସ୍ଥିରତା ଏବଂ ସୁଖଶାନ୍ତି ପାଇଁ ବହୁପକ୍ଷୀୟ ସହଯୋଗ ଅତି ଆବଶ୍ଯକ ବୋଲି ଦୋହରାଇଛନ୍ତି |

 

ଆଲେଖ :   ଉମୁ ସଲମା ବାଵା

ଭାବାନୁବାଦ :   ରାମଚଂଦ୍ର ନାଥ