ପାକିସ୍ତାନରେ ରାଜନୀତି ଯଥାପୂର୍ବଂ ତଥା ପରଂ

ଆନ୍ତ୍ରଜାତୀୟ ସମୁଦାୟ ପାଇଁ କଶ୍ମୀର ଏକ ମିମାଂସା ହୋଇଯାଇଥିବା ବିଷୟ ବୋଲି ପାକିସ୍ତାନ ଗ୍ରହଣ କରିବାକୁ ନାରାଜ | ଜମ୍ମୁ କଶ୍ମୀରରେ ସ୍ଵତନ୍ତ୍ର ଅନୁଚ୍ଛେଦ ହଟିବା ପରେ ପାକିସ୍ତାନ ଏହି ପ୍ରସଙ୍ଗକୁ ଉଠାଇ ଚାଲିଛି ଯଦିଓ ଭାରତ ଏହା ନିଜର ସମ୍ଵିଧାନ ଅନ୍ତର୍ଗତ କରିଛି ଏବଂ ଏହା ଭାରତର ସାର୍ବଭୌମତ୍ଵ ଅନ୍ତର୍ଗତ ହୋଇଛି ବୋଲି ବିଶ୍ଵ ସମୁଦାୟକୁ ଅବଗତ କରିସାରିଛି |

ଏବେ କଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନ ଏକଲା ପଡିଯାଇଥିବା ବେଳେ  କଶ୍ମୀର, ଗିଲଗିଟ ଏବଂ ବାଲିସ୍ତାନ ବ୍ୟାପାର ସମ୍ଵନ୍ଧିୟ ଏହାର ମନ୍ତ୍ରୀ ଅଲ୍ଲି ଅମିନ ଗନ୍ଦପୁର ଧମକ ଦେଇ କହିଛନ୍ତି ଯେ କଶ୍ମୀର ପ୍ରସଙ୍ଗରେ ଯେଉଁ ଦେଶ ଭାରତକୁ ସମର୍ଛନ କରିବ ତା ଉପରେ କ୍ଷେପମାସ୍ତ୍ର ମାଡ କରାଯିବ |

ଗନ୍ଦରପୁର ଏକ ସ୍ଥାନୀୟ ଟେଲିଭିଜନକୁ ସାକ୍ଷାତକାର ଦେଇ କହିଛନ୍ତି ଯେ କଶ୍ମୀରକୁ ନେଇ ଯଦି ଭାରତ ସହିତ ଉତ୍ତେଜନା ବଢେ ତେବେ ପାକିସ୍ତାନ ଯୁଦ୍ଧ କରିବ ଏବଂ ଯେଉଁମାନେ ଭାରତକୁ ସମର୍ଥନ କରିବେ ସେମାନେ ମଧ୍ୟ ପାକିସ୍ତାନର ଶତ୍ରୁ ହେବେ ଏବଂ ସେମାନଙ୍କ ଉପରେ କ୍ଷେପଣାସ୍ତ୍ର ମାଡ କରାଯିବ | ଗନ୍ଦରପୁର ପାକିସ୍ତାନର ରେଳ ମନ୍ତ୍ରୀ ଶେଖ ରସିଦଙ୍କ ପରି ନିର୍ବୋଧ ଏବଂ ଆଡବାଇଆ ମନ୍ତ୍ରୀ  | ଏହିପରି ମନ୍ତ୍ରୀଙ୍କୁ ନେଇ ନୂଆ ପାକିସ୍ତାନର ନାରା ଦେଇଥିବା ଇମରାନ ଖାନଙ୍କ ସ୍ଵପ୍ନ ଏବେ ମାଟିରେ ମିଶିଯାଇଛି |

ଅନେକ ଘରୋଇ ସଂକଟ କାରଣରୁ ପାକିସ୍ତାନ ଏବେ ବିଭିନ୍ନ ପ୍ରକାର ସଂକଟମୂଳକ ପରିସ୍ଥିତି ଦେଇ ଗତି କରୁଛି  | ଏଣୁ ଲୋକମାନଙ୍କ ଧ୍ୟାନ ହଟାଇବା ପାଇଁ ଇମରାନ ଖାନ ସରକାର କେବଳ ଭାରତ ବିରୋଧି ମନ୍ତବ୍ୟ ଦେଇ ସେଠାକାର ଲୋକମାନଙ୍କୁ ଭୁଆଁ ବୁଲାଉଛି |

ଏହା ସତ ଯେ ଇମରାନ ଖାନ ଏବେ କଶ୍ମୀର ପ୍ରସଙ୍ଗରେ ପଛରେ ପଡିଯାଇଛି ଏବଂ ପାକିସ୍ତାନର ବିଶ୍ଳଷକମାନେ ସ୍ପଷ୍ଟ ଭାବେ କହୁଛନ୍ତି ଯେ ଆନ୍ତର୍ଜାତୀୟ ସମୁଦାୟ କଶ୍ମୀରକୁ ଏକ ପ୍ରସଙ୍ଗ ବୋଲି ମଧ୍ୟ ଗ୍ରହଣ କରୁନାହାନ୍ତି |  ଜମ୍ମୁ କଶ୍ମୀରକୁ ଦୁଇଟି କେନ୍ଦ୍ର ଶାସିତ ଅଞ୍ଚଳ ଯଥା ଜମ୍ମୁ କଶ୍ମୀର ଏବଂ ଲଦାଖ କରି ଏହାର ବିକାଶ କରିବାକୁ ଭାରତର ଆଭିମୁଖ୍ୟକୁ ବିଶ୍ଵ ସମୁଦାୟ ପ୍ରଶଂସା କରୁଛି  | ଏବେ କଶ୍ମୀର ଉପତ୍ୟକାରେ ଏବଂ ଲଦାଖ ଜମ୍ମୁରେ ମଧ୍ୟ  ବିଦେଶି ପୁଞ୍ଜିବିନିଯୋଗ ହେବାର ଯଥେଷ୍ଟ ସମ୍ଭାବନା ବଢିଯାଇଛି |

ପାକିସ୍ତାନ କଶ୍ମୀର ପ୍ରସଙ୍ଗରେ ଲୋକମାନଙ୍କର ଧ୍ୟାନ ଆକର୍ଷଣ କରିବାକୁ ଚାହୁଁଥିବାବେଳେ ହଜାର ହଜାର ସରକାର ବିରୋଧି ବିକ୍ଷୋଭକାରୀମାନେ ପ୍ରଧାନମନ୍ତ୍ରୀ ଇମରାନ ଖାନଙ୍କ ଇସ୍ତଫା ଦାବି କରୁଛନ୍ତି |  ଇସଲାମାବାଦରେ ଏକତ୍ର ହେଉଥିବା ବିକ୍ଷୋଭକାରୀମାନଙ୍କ ନେତୃତ୍ଵ ନେଉଛନ୍ତି ଜମାତ ଉଲେମା ଇସଲାମ ଫଜଲର ସଭାପତି ମୌଲାନା ଫଜଲୁର ରହେମାନ |

ମୌଲାନାଙ୍କୁ ଏହି ଆନ୍ଦୋଳନରେ ନବାଜ ସରିଫଙ୍କ ପାର୍ଟି ପିଏମଏଲଏନ ଏବଂ ପିପିପି ସମର୍ଥନ କରୁଛି | ପାକିସ୍ତାନର ରାଜନୈତିକ ବିଶ୍ଳେଷକ ସିରିଲ ଅଲମେଇଦା କହିଛନ୍ତି ଯେ ଏହି ଆନ୍ଦୋଳନ ଇମରାନ ଖାନଙ୍କୁ ବିବ୍ରତ କରିବ  | ପାକିସ୍ତାନ ସରକାର ଅନଭିଜ୍ଞ ଏବଂ ଆନ୍ଦୋଳନର ଶାନ୍ତିପୂର୍ଣ୍ଣ ସମାଧାନ ଏବେ ପରୀକ୍ଷାର ବେଳ |  ସରକାର ଯଦି ବିବ୍ରତ ହେବେ ତେବେ ହିଂସା ବଢିବ ଏବଂ ଏହା  ନିୟନ୍ତ୍ରଣ ବାହାରକୁ ଚାଲିଯିବ |

 

ଆଲେଖ:  କୌଶିକ ରାୟ

ଭାବାନୁବାଦ:  ରାମଚଂଦ୍ର ନାଥ