ପ୍ରଥମ ଭାରତ ଜାପାନ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ

ପ୍ରଥମ ଭାରତ ଜାପାନ ଟୁ ପ୍ଲସ ଟୁ ବୈଦେଶିକ ଏବଂ ପ୍ରତିରକ୍ଷା ମନ୍ତ୍ରୀ ସ୍ତରୀୟ ବୈଠକ ନୂଆଦିଲ୍ଲୀରେ ଅନୁଷ୍ଠିତ ହୋଇଛି | ଜାପାନର ବୈଦେଶିକ ମନ୍ତ୍ରୀ ତୋସିମିଶୁ ମୋତେଗି ଏବଂ ପ୍ରତିରକ୍ଷା ମନ୍ତ୍ରୀ ତାରୋ କୋନୋ ସେମାନଙ୍କର ଭାରତୀୟ ପ୍ରତିପକ୍ଷ ଏସ. ଜୟଶଙ୍କର ଏବଂ ରାଜନାଥ ସିଂହଙ୍କ ସହିତ ଆଲୋଚନା କରିଛନ୍ତି | ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ସଂବନ୍ଧୀୟ ସଂପର୍କକୁ ଅଧିକ ମଜୁବତ କରିବା ଲକ୍ଷ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇଛି | 2000 ମସିହା ଠାରୁ ଭାରତ ଏବଂ ଜାପାନ ମଧ୍ୟରେ କୌଶଳଗତ ଭାଗିଦାରୀ ରହିଆସିଛି | ଦୁଇ ଦେଶର ମିଳିତ କାର୍ଯ୍ୟକାରୀ ଗୋଷ୍ଠି ମଧ୍ୟରେ ଆଲୋଚନା ଆରମ୍ଭ ହୋଇ 2010ରେ  ସଚିବ ସ୍ତରୀୟ ଏବଂ ଏବେ ମନ୍ତ୍ରୀ ସ୍ତରୀୟ ଆଲୋଚନା ପର୍ଯ୍ୟନ୍ତ ପହଞ୍ଚିଛି |

ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀ ଏବଂ ଜାପାନର ପ୍ରଧାନମନ୍ତ୍ରୀ ୟୋଶିରୋ ମୋରିଙ୍କ ଦ୍ଵାରା 2000-2001ରେ ଏହି ବୈଠକ ପ୍ରଥମ ଆରମ୍ଭ ହୋଇଥିଲା |

ଏକ ମିଳିତ ବିବୃତ୍ତିରେ ଉଭୟ ଭାରତ ଏବଂ ଜାପାନ କହିଛନ୍ତି ଯେ ପାକିସ୍ତାନରୁ ପରିଚାଳିତ ସନ୍ତ୍ରାସବାଦି କାର୍ଯ୍ୟକଳାପ ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପ୍ରତି ବିପଦ ହୋଇ ଉଭା ହୋଇଛି | ଉଭୟ ପକ୍ଷ ଗଣବିଧ୍ଵୋଂଶକାରୀ ଅସ୍ତ୍ରଶସ୍ତ୍ରକୁ ନଷ୍ଠ କରିବା ତଥା ଜାତିସଂଘ ନିରାପତ୍ତା ପରିଷଦର ପ୍ରସ୍ଥାବ ମୁତାବକ ବାଲେଷ୍ଟିକ କ୍ଷେପଣାସ୍ତ୍ରଗୁଡିକୁ ନଷ୍ଠ କରିବାକୁ ଉତ୍ତର କୋରିଆକୁ କହିଛନ୍ତି |

ଭାରତ ଜାପାନ ବାର୍ଷିକ ବୈଠକରେ ଯୋଗଦେବା ପାଇଁ ଜାପାନର ପ୍ରଧାନମନ୍ତ୍ରୀ ସିଞ୍ଜୋ ଅବେ ଚଳିତ ମାସ ଭାରତ ଆସୁଥିବା ପରିପ୍ରେକ୍ଷୀରେ ଏହି ଟୁ ପ୍ଲସ ଟୁ ବୈଠକ ହୋଇଛି | 2014 ମସିହା ଠାରୁ ଏହି ବାର୍ଷିକ ବୈଠକ ଅନୁଷ୍ଠିତ ହେଉଛି | ପ୍ରଥମ ଥର 2006ରେ ଭାରତ ଜାପାନ ଦ୍ଵିପକ୍ଷୀୟ  ସଂପର୍କ ଅଧିକ ବୃଦ୍ଧି ପାଇଥିଲା ଏବଂ 2007ରେ ମିଳିତ ପ୍ରତିରକ୍ଷା ସମରାଭ୍ୟାସ ଅନୁଷ୍ଠିତ ହୋଇଥିଲା | 2015 ପରଠାରୁ ଜାପାନ ମାଲାବର ସାମରିକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲୁଛି |

ଗତ ବର୍ଷ ଭାରତ ଏବଂ ଜାପାନର ପଦାତିକ ବାହିନୀ ସନ୍ତ୍ରାସବାଦ ମୁକାବିଲା ଉପରେ ମିଳିତ ଅଭ୍ୟାସ କରିଥିଲେ  | ଜାପାନ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକରେ 6ଟି ଦେଶ ସହିତ ସାମିଲ ଥିବାବେଳେ ଭାରତ କେବଳ ଆମେରିକା ଏବଂ ଜାପାନ ସହିତ ଏହି ପରି ବୈଠକରେ ସାମିଲ ହୋଇଛି | ମନ୍ତ୍ରୀ ସ୍ତରୀୟ ବୈଠକରେ ବିମାନ ବାହିନୀର ମିଳିତ ସମରାଭ୍ୟାସ  ଆଗାମି ଦିନରେ ଖୁବଶିଘ୍ର କରାଯିବାର ଆଶା କରାଯାଉଛି |

କ୍ଵାଦ ଆଲୋଚନା ପାଇଁ ଭାରତ, ଆମେରିକା, ଜାପାନ ଏବଂ ଅଷ୍ଟ୍ରେଲିଆ ସହିତ ପ୍ରଥମ ଥର ନ୍ୟୁୟର୍କରେ ବୈଠକ କରିଥିଲେ | ପ୍ରାୟ 15 ଦିନ ପୂର୍ବେ ସମସ୍ତ ଚାରୋଟି ଦେଶ ସନ୍ତ୍ରାସବାଦ ମୁକାବିଲା ଉପରେ ଆଲୋଚନା କରିଛନ୍ତି | ଭାରତପ୍ରଶାନ୍ତ ମହାସାଗରୀୟ ଅଞ୍ଚଳରେ ଶାନ୍ତି ସ୍ଥିରତା ଆଣିବା ଏହି ବୈଠକର ପ୍ରମୁଖ ପ୍ରସଙ୍ଗ ଥିଲା  | ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ବ୍ୟାଙ୍କକରେ ଚଳିତ ବର୍ଷ ଭାରତପ୍ରଶାନ୍ତ ମହାସାଗରୀୟ ପଦକ୍ଷେପ ଶାନ୍ତି ଏବଂ ସ୍ଥିରତା ପାଇଁ ଅଭିପ୍ରେତ ବୋଲି କହିଥିଲେ |

ଭାରତଜାପାନ ସଂପର୍କ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡିକ ସହିତ ଅଧିକ ସୁଦୃଢ ହୋଇଚାଲିଛି | ଏହି ସଂପର୍କକୁ ଆହୁରି ସୁଦୃଢ କରିବା ପାଇଁ ଟୁ ପ୍ଲସ ଟୁ ବୈଠକରେ ଉଭୟ ଦେଶ ଇଚା ପ୍ରକାଶ କରିଛନ୍ତି | ଏହି ବୈଠକରେ ଦକ୍ଷିଣ ଚିନ ସାଗର ପ୍ରସଙ୍ଗ ମଧ୍ୟ ଉତ୍ଥାପନ ହୋଇଛି |

ଆଲେଖ୍ୟ:   ସୁମନ ଶର୍ମା

ଭାବାନୁବାଦ:  ରାମଚଂଦ୍ର ନାଥ