ସ୍ଵେଡେନ ରାଜ ଦମ୍ପତ୍ତିଙ୍କ ଭାରତ ଗସ୍ତ

ସ୍ଵେଡେନର ରାଜ ଦମ୍ପତ୍ତି କିଙ୍ଗ କାର୍ଲ ଷୋଡଶ ଗୁସ୍ତାଫ ଏବଂ ରାଣୀ ସିଲଭିଆଙ୍କ ପାଞ୍ଚ ଦିନିଆ ଭାରତ ଗସ୍ତ ସଂପନ୍ନ ହୋଇଛି | ସ୍ଵେଡେନର ବିଦେଶ ମନ୍ତ୍ରୀ ଏନ ଲିଣ୍ତେ ଏବଂ ବାଣିଜ୍ୟ ମନ୍ତ୍ରୀ ଇବ୍ରାହିମ ବେଅଲାନ ମଧ୍ୟ ଏହି ଗସ୍ତରେ ସାମିଲ ଥିଲେ | ଉଚ୍ଚ ସ୍ତରୀୟ ପ୍ରତିନିଧି ମଣ୍ତଳରେ ପ୍ରାୟ 50ଟି ସ୍ଵେଡେନ କଂପାନୀର ପ୍ରତିନିଧି ଆସିଥିଲେ  | 1993 ଏବଂ 2005 ପରେ ଏହା ଥିଲା ସ୍ଵେଡେନ ରାଜାଙ୍କର ତୃତୀୟ ଭାରତ ଗସ୍ତ | ଦୀର୍ଷ ବର୍ଷ ଧରି ଭାରତ ଏବଂ ସ୍ଵେଡେନ ମଧ୍ୟରେ ନିୟମିତ ବାର୍ତ୍ତାଳାଫ ଦୁଇ ଦେଶର ସଂପର୍କକୁ ମଜବୁତ କରିଛି |

କିଙ୍ଗ ଗୁସ୍ତାଫ ପ୍ରଧାନମନ୍ତ୍ରୀ ନେରନ୍ଦ୍ର ମୋଦିଙ୍କୁ ସାକ୍ଷାତ କରିଛନ୍ତି ଏବଂ ଇନୋଭେସନ ପଲିସି ଉପରେ ଭାରତ ସ୍ଵେଡେନ ଉଚ୍ଚ ସ୍ତରୀଯ ନୀତି ଆଲୋଚନାର ଉଦଘାଟନ କରିଛନ୍ତି | ଦୁଇ ପକ୍ଷ ଜଳବାୟୁ ପରିବର୍ତ୍ତନର ପ୍ରଭାବକୁ କମ କରିବା ପାଇଁ ବିକଳ୍ପ ଖୋଜିବା ଉପରେ ମଧ୍ୟ ଆଲୋଚନା କରିଛନ୍ତି | କିଙ୍ଗ ଗୁସ୍ତାଫ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ସାକ୍ଷାତ କରିବା ପରେ ତିନୋଟି ବୁଝାମଣା ସ୍ମାରକ ପତ୍ରରେ ସ୍ଵାକ୍ଷର କରିଛନ୍ତି | ସ୍ଵେଡେନର ଶକ୍ତି ସଂସ୍ଥା ଏବଂ ଭାରତର ବିଜ୍ଞାନ ଜ୍ଞାନକୌଶଳ ବିଭାଗ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି | ଏହାବ୍ୟତିତ ସ୍ଵେଡେନର ଶିକ୍ଷା ଅନୁସନ୍ଧାନ ମନ୍ତ୍ରଣାଳୟ ତଥା ଭାରତର ଭୂବିଜ୍ଞାନ ମନ୍ତ୍ରଣାଳୟ ମଧ୍ୟରେ ବୁଝାମଣା ସ୍ଵାକ୍ଷରିତ ହୋଇଛି |

ରିସର୍ଚ୍ଚ ପାଇଁ ସ୍ଵେଡେନ ରିସର୍ଚ୍ଚ କାଁଉସିଲ 2 ବର୍ଷ ପାଇଁ ପ୍ରାୟ 10 କୋଟି 51 ଲକ୍ଷ ଟଙ୍କା ଫଣ୍ତିଙ୍ଗ କରିବ  | ଦୁଇ ଦେଶ କେଟିଏଚ ରୟାଲ ଇଷ୍ଟିଚୁଟ ଅଫ ଟେକନୋଲୋଜି ଏବଂ ଆଇଆଇଟି, ମଦ୍ରାସ ମଧ୍ୟରେ ଜଏଣ୍ଟ ସେଣ୍ଟର ଅଫ ଏକ୍ସଲେନ୍ସ ଇନ ଇନୋଭେସନ ଏଣ୍ତ ଏଣ୍ଟରପ୍ରିନରସିପର ସ୍ଥାପନ କରିବାକୁ ଘଷଣା କରିଛନ୍ତି | ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମଧ୍ଯ ରାଜ ଦମ୍ପତ୍ତିଙ୍କ ସହ ଆଲୋଚନା କରିଛନ୍ତି | ଦୁଇ ଦେଶ ମଧ୍ୟରେ ପ୍ରଦ୍ୟୋଗୀକ ଅନୁସନ୍ଧାନ ଏବଂ ଡିଜିଟାଲ ସ୍ଵାସ୍ଥ୍ୟ କ୍ଷେତ୍ରରେ ସଂଯୁକ୍ତ କଲ ଘୋଷଣା 2020ରେ ମିଳିତ ପ୍ରସ୍ଥାବ ଅନ୍ତର୍ଗତ କରାଯିବ  | ସ୍ଵେଡେନର ରାଜା ବୈଜ୍ଞାନିକ ପରାମର୍ଶଦାତା ମୁଖ୍ୟ ବିଜୟ ରାଘବନଙ୍କୁ ମଧ୍ୟ ସାକ୍ଷାତ କରିଛନ୍ତି  | ଦୁହେଁ ବାୟୁ ପ୍ରଦୂଷଣ କମ କରିବା ଏବଂ ଉସର୍ଜନ କମ କରିବା ଉପରେ ଆଲୋଚନା କରିଛନ୍ତି |

ଆର୍ଥୀକ ଦୃଷ୍ଟିରୁ ଭାରତ ସ୍ଵେଡେନର 19ତମ ସର୍ବାଧିକ ରପ୍ତାନୀ ବଜାର ଏବଂ ଏସିଆରେ ଚିନ ଜାପାନ ପରେ ତୃତୀୟ ସର୍ବାଧିକ ବାଣିଜ୍ୟ ଭାଗିଦାର | 2009-10ରେ 2 ବିଲିୟନ ଜଲାର କାରବାର ବଢି 2014-15ରେ 2.4 ବିଲିୟନ ଡଲାର ହୋଇଛି | ଏବେ ଭାରତର ପ୍ରାୟ 70ଟି କଂପାନୀ ସ୍ଵେଡେନରେ କାରବାର କରୁଛନ୍ତି |

ଦୁଇ ଦେଶର ପରସ୍ପରର ସ୍ଵାର୍ଥ ନିମନ୍ତେ ପ୍ରତିବଦ୍ଧ ଏବଂ ମିଳିତ ଭାବେ ଆଗକୁ ବଢିବାକୁ ସଂକଳ୍ପବଦ୍ଧ | ବିଗତ କିଛି ବର୍ଷରେ ଦୁଇ ଦେଶ ଆର୍ଥିକ ଏବଂ ରାଜନୈତିକ କ୍ଷେତ୍ରରେ ଭାଗିଦାରୀ ଭାବେ ପ୍ରଗତି କରିଛନ୍ତି | ସ୍ଵେଡେନର ରାଜ ଦମ୍ପତ୍ତିଙ୍କ ଭାରତ ଗସ୍ତ ଦ୍ଵାରା ଦ୍ଵିପକ୍ଷୀୟ ସଂପର୍କ ଆହୁରି ମଜବୁତ ହେବାର ଆଶା କରାଯାଉଛି |

 

ଆଲେଖ୍ୟ:  ସଂଘମିତ୍ରା ଶର୍ମା

ଭାବାନୁବାଦ:   ରାମଚଂଦ୍ର ନାଥ