ଓଡିଶାର ପ୍ରମୁଖ ସମ୍ବାଦ ପତ୍ର ଗୁଡିକରେ ଅନେକ ରାଜ୍ୟ ଖବର ସହ ଜାତୀୟ ଖବର ପ୍ରକାଶ ପାଇଛି | ସମାଜ, ସମ୍ବାଦ, ପ୍ରଗତିବାଦୀ ଓ ଧରିତ୍ରୀ ଆଦି ସମାଜରେ ଏଲପିଜି ସିଲିଣ୍ଡର 145 ଟଙ୍କା ବଢିଲା, ଓବିସି କମିଶନ ଗଠିତ, ହାଫିଜକୁ 11 ବର୍ଷ କାରାଦଣ୍ଡାଦେଶ , କାରୋନା ପରେ ‘ୟାରା’ ଚିହ୍ନଟ ଆଦି ଖବର ଶୀର୍ଷକ ରହିଛି |
ତୈଳ କମ୍ପାନୀ ଗୁଡିକ 14.2 ଓଜନିଆ ଅଣ ରିହାତି ଏଲପିଜି ସିଲିଣ୍ଡର ଦାମରେ 144 ଟଙ୍କା 50 ପଇସାର ବୃଦ୍ଧି ଘୋଷଣା କରିଛନ୍ତି | ଫଳରେ ଓଡିଶାରେ ଏହି ସିଲିଣ୍ଡରର ଦାମ 895 ଟଙ୍କାକୁ ବୃଦ୍ଧି ପାଇଛି | ଦୀର୍ଘ 6 ବର୍ଷ ପରେ ଏଲପିଜି ଦାମରେ ଏଭଳି ବଡ ଧରଣର ବୃଦ୍ଧି ଘଟିଛି | ଦିଲ୍ଲୀ ନିର୍ବାଚନ ଫଳାଫଳ ଘୋଷଣା ହେବାର ଦିନକ ପରେ ତୈଳ କମ୍ପାନୀ ଗୁଡିକ ଏଲପିଜି ଦାମରେ ବୃଦ୍ଧି କରିଛନ୍ତି ବୋଲି ସବୁ ସମ୍ବାଦପତ୍ର ଗୁଡିକରେ ପ୍ରମୁଖତାର ସହ ପ୍ରକାଶ ପାଇଛି |
ରାଜ୍ୟ ସରକାର ଗୋଟିଏ ଦିନରେ ଦୁଇଟି ବଡ ରାଜନୈତିକ ନିଷ୍ପତ୍ତି ନେଇଥିବା ବିଷୟ ମଧ୍ୟ ସମ୍ବାଦ ପତ୍ର ଗୁଡିକରେ ଉଲ୍ଲେଖ ରହିଛି | କେନ୍ଦ୍ରସରକାରଙ୍କ ନାଗରିକତା ସଂଶୋଧନ ଆଇନକୁ ବିଜେଡ଼ିର ସମର୍ଥନ ନେଇ ଅସନ୍ତୁଷ୍ଟ ଥିବା ସଂଖ୍ୟା ଲଘୁ ସଂପ୍ରଦାୟ ପାଇଁ ପୂର୍ବାହ୍ନ ରେ ମୁଖ୍ୟମନ୍ତ୍ରୀ ଏକ ବଡ ଘୋଷଣା କରିଥିଲେ ଏବଂ ଏହି ବର୍ଗର ଧର୍ମାନୁଷ୍ଠାନର ବିକାଶ ପାଇଁ 16 କୋଟି ଟଙ୍କା ମଞ୍ଜୁର କରିଛନ୍ତି | ସେହିପରି ପଛୁଆ ବର୍ଗଙ୍କ ଦୀର୍ଘ ଦିନର ଦାବିକୁ ଦୃଷ୍ଟିରେ ରଖି ଅପରାହ୍ନରେ ଆଉ ଏକ ବଡ ପଦକ୍ଷେପ ଗ୍ରହଣ କରିଛନ୍ତି | ମୁଖ୍ୟମନ୍ତ୍ରୀ ଓଡିଶା ପଛୁଆ ବର୍ଗ କମିଶନ ପୁନର୍ଗଠନ କରିଛନ୍ତି ଓ ଜଷ୍ଟିସ ରଘୁନାଥ ବିଶ୍ଵାଳଙ୍କୁ ଏହାର ଅଧ୍ୟକ୍ଷ ଭାବେ ନିଯୁକ୍ତି ଦିଆଯାଇଛି |
ହାଫିଜକୁ 11 ବର୍ଷ କାରାଦଣ୍ଡାଦେଶ ଶୀର୍ଷକ ସମାଜ ଓ ପ୍ରଗତିବାଦୀରେ ପ୍ରକାଶ ପାଇଛି |ଆତଙ୍କବାଦ ପାଇଁ ପାଣ୍ଠି ଯୋଗାଣ ମାମଲାରେ 2008 ନଭେମ୍ବର 26 ର ମୁମ୍ବାଇ ଆକ୍ରମଣ ମାମଲାର ମୁଖ୍ୟ ଷାଡଯନ୍ତ୍ରକାରୀ ଜମାତ-ଉଦ-ଦୱା (ଜେୟୁଡ଼ି) ଆତଙ୍କବାଦୀ ସଂଗଠନର ମୁଖ୍ୟ ହାଫିଜ ସଇଦକୁ ପାକିସ୍ତାନ ଅନ୍ତର୍ଗତ ଲାହୋରର ଏକ ଆତଙ୍କବାଦୀ ନିରୋଧ ଅଦାଲତ ବୁଧବାର ଦୋଷୀ ସାବ୍ୟସ୍ତ କରିଛି | ଏଭଳି ଦୁଇଟି ମାମଲାରେ ତାକୁ 5 ବର୍ଷ ଲେଖାଏଁ ମୋଟ 11 ବର୍ଷ କାରାଦଣ୍ଡାଦେଶ ହୋଇଥିବା ବିଷୟ ସମାଜ ଓ ପ୍ରଗତିବାଦୀ ରେ ପ୍ରମୁଖତାର ସହ ପ୍ରକାଶ ପାଇଛି |