14.02.2020

ଓଡିଶାର ବିଭିନ୍ନ ସମ୍ବାଦପତ୍ରରେ କାରୋନା ଭୂତାଣୁ ବିଷୟରେ ପ୍ରକାଶ ପାଇଥିବା ବେଳେ ଆଜିଠାରୁ  ଓଡିଶାର ବଜେଟ ଅଧିବେଶନ ଆରମ୍ଭ ହେବ ବୋଲି ପ୍ରମୁଖତାର ସହ ପ୍ରକାଶ ପାଇଛି | ‘ସମାଜ’ରେ ରାଜନୈତିକ ଦଳକୁ ଜବାବ ମାଗିଲେ ସୁପ୍ରିମ କୋର୍ଟ, ଦାଗୀନେତା ପ୍ରାର୍ଥୀ ହେବେ କାହିଁକି ? ଆଜିଠାରୁ  ଆରମ୍ଭ ହେଉଥିବା ବଜେଟ ଅଧିବେଶନ, ଦେବାଶିଷ ପଣ୍ଡା କେନ୍ଦ୍ର ଅର୍ଥ ସଚିବ ଓ ରାଜେନ୍ଦ୍ର ପଚୌରୀଙ୍କ ପରଲୋକ ବିଷୟରେ ପ୍ରମୁଖତାର ସହ ପ୍ରକାଶ ପାଇଥିବା ବେଳେ ପ୍ରଗତିବାଦୀ ରେ କୋଲକାତାରେ କାରୋନା,  ବଜେଟ ଅଧିବେଶନ, ପୃଥକ ନୀତିରେ ସରକାରଙ୍କୁ ଟାର୍ଗେଟ, ବିଜେଡ଼ି ଜାତି ଗଣନା ପ୍ରସ୍ତାବ ଆଣିବ, ୱେବସାଇଟରେ ନେତାଙ୍କ ଅପରାଧ ଚିଠା ରହିବ ଆଦି ପ୍ରସଙ୍ଗ ନେଇ ଦର୍ଶାଯାଇଛି |ସେହିପରି ସମ୍ବାଦ ଓ ନିର୍ଭୟା ରେ ମଧ୍ୟ ଆଜିଠାରୁ ଆରମ୍ଭ ହେଉଥିବା ବଜେଟ ଅଧିବେଶନ ବିଷୟରେ ପ୍ରମୁଖତାର ସହ ଖବର ପ୍ରକାଶ ପାଇଛି |

ରାଜନୀତି ଜଗତରେ  ବୃଦ୍ଧି ପାଉଥିବା ଅପରାଧୀ ମାନଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି  ସୁପ୍ରିମକୋର୍ଟ ଉଦବେଗ ପ୍ରକାଶ କରିଛନ୍ତି | ଅପରାଧୀ ବା ଦାଗୀ ନେତାଙ୍କୁ ନିର୍ବାଚନରେ ରାଜନୈତିକ ଦଳ ଗୁଡିକ ପ୍ରାର୍ଥୀ କରୁଥିବା ବେଳେ ଏସମ୍ପର୍କରେ ଉପଯୁକ୍ତ କାରଣ ଦର୍ଶାଇବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି | ଅପରାଧିକ ପୃଷ୍ଠ ଭୂମିରୁ ଆସୁଥିବା ନେତା ନିର୍ବାଚନ ଲଢିବାକୁ ଟିକଟ ଦେଉଥିବା ରାଜନୈତିକ ଦଳ ଗୁଡିକୁ ଏସଂପର୍କରେ କାରଣ ଦର୍ଶାଇବାକୁ ପଡିବ ବୋଲି ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ କହିଛନ୍ତି ବୋଲି ପ୍ରାୟ ସବୁ ସମ୍ବାଦପତ୍ରର ସମ୍ପାଦକୀୟରେ ପ୍ରକାଶ ପାଇଛି |

ଷୋଡଶ ଅଧିବେଶନର ତୃତୀୟ ତଥା ବଜେଟ ଅଧିବେଶନ ଆଜିଠାରୁ ଆରମ୍ଭ ହେବା ବିଷୟ ସବୁ ସମ୍ବାଦପତ୍ରରେ ପ୍ରକାଶ କରାଯାଇଛି |ଅଧିବେଶନର ପ୍ରଥମ ଦିନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସଭାଗୃହରେ ଅଭିଭାଷଣ ଦେବେ ଏବଂ ରାଜ୍ୟପାଳଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ପ୍ରସ୍ତାବ ଆଣି ଆଲୋଚନା କରାଯିବ ବୋଲି ଏହି ସମ୍ବାଦ ପତ୍ର ଗୁଡିକରେ  ଦର୍ଶାଯାଇଛି |

ବରିଷ୍ଠ ଓଡିଆ ଆଇଏଏସ ଅଫିସର ଦେବାଶିଷ ପଣ୍ଡା ଗୁରୁବାର ଭାରତ ସରକାରଙ୍କ ନୂଆ ଅର୍ଥ ସଚିବ ଭାବେ ନିଯୁକ୍ତି ପାଇଥିବା ବିଷୟ ମଧ୍ୟ ସମ୍ବଦପତ୍ର ଗୁଡିକରେ ପ୍ରମୁଖତାର ସହ ଦର୍ଶାଯାଇଛି |

ଏଥିସହିତ ଶକ୍ତି ଓ ସମ୍ବଳ ପ୍ରତିଷ୍ଠାନ (ଟେରି) ର ପୂର୍ବତନ ଅଧ୍ୟକ୍ଷ ତଥା ବିଶିଷ୍ଟ ଅର୍ଥନୀତିଜ୍ଞ ରାଜେନ୍ଦ୍ର କୁମାର ପୌଚରୀ  79 ବର୍ଷ ବୟସରେ ଗୁରୁବାର ଦିନ ପରଲୋକ ଘଟିଥିବା ବିଷୟ ମଧ୍ୟ ସମ୍ବାଦପତ୍ର ଗୁଡିକରେ ପ୍ରକାଶ ପାଇଛି |