ଓଡିଶାର ବିଭିନ୍ନ ସମ୍ବାଦପତ୍ରରେ ଏହାର ସମ୍ପାଦକୀୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫଙ୍କ ଭାରତ ଗସ୍ତ ନେଇ ମୁଖ୍ଯତଃ ଖବର ପ୍ରକାଶ ପାଇଥିବା ବେଳେ ଦିଲ୍ଲୀ ହିଂସା ଅଣାୟତ୍ତ ଓ ଓଡିଶାରେ ସ୍ବାଇନ ଫ୍ଲୁ ରେ ପ୍ରଥମ ମୃତ୍ୟୁ ଆଦି ଖବର ପ୍ରମୁଖତାର ସହ ପ୍ରକାଶ ପାଇଛି|
ଦିଲ୍ଲୀ ହିଂସା ଅଣାୟତ୍ତ ଶୀର୍ଷକରେ ସମ୍ବାଦ ଲେଖିଛି ଆଉ 8 ମୃତ , ମୃତ୍ୟୁ ସଂଖ୍ୟା 13 କୁ ବୃଦ୍ଧି, 200 ଆହତ | ସେହିପରି ସମାଜରେ ସଶକ୍ତ ହେବ ଭାରତ , ଦିଲ୍ଲୀ ହିଂସା ମୃତ୍ୟୁସଂଖ୍ୟା 13 କୁ ଛୁଇଁଲା, ଦେଖିଲା ମାତ୍ରେ ଗୁଳି ନିର୍ଦ୍ଦେଶ ଓ ସୁପ୍ରିମକୋର୍ଟର 6 ବିଚାରପତିଙ୍କୁ ସ୍ବାଇନ ଫ୍ଲୁ ଶୀର୍ଷକରେ ଖବର ପ୍ରକାଶ ପାଇଛି |
ସିଏଏ କୁ ନେଇ ଉତ୍ତର ପୂର୍ବ ଦିଲ୍ଲୀରେ ହିଂସାକାଣ୍ଡ ଜାରି ରହିଛି | ସପକ୍ଷବାଦୀ ଓ ବିପକ୍ଷବାଦୀଙ୍କ ମଧ୍ୟରେ ସଂଘର୍ଷ ଯୋଗୁଁ ଆଉ 8 ଜଣ ପ୍ରାଣ ହରାଇଥିବାରୁ ମୃତ୍ୟୁ ସଂଖ୍ୟା 13 କୁ ବୃଦ୍ଧି ପାଇଛି ବୋଲି ଏହି ସମ୍ବାଦ ପତ୍ରରେ ପ୍ରକାଶ ପାଇଛି | ମୃତ ବ୍ୟକ୍ତିଙ୍କ ମଧ୍ୟରେ ଜଣେ ପୋଲିସ ଅଧିକାରୀ ଅଛନ୍ତି |ଏହି ହିଂସାକାଣ୍ଡ ଘଟଣାରେ 200 ରୁ ଅଧିକ ଲୋକ ଆହତ ହୋଇଛନ୍ତି | ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲି ଯାଇଥିବାରୁ ଦଙ୍ଗାକାରୀ ମାନଙ୍କୁ ଦେଖିବା ମାତ୍ର ଗୁଳି କରିବାକୁ ନିର୍ଦ୍ଦେଶ ଦିଆଯାଇଛି | ପରିସ୍ଥିତି ଏବେ ମଧ୍ୟ ଉତ୍ତେଜନାପୂର୍ଣ୍ଣ ରହିଛି ବୋଲି ଖବର ପ୍ରକାଶ ପାଇଛି |
ଭାରତରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ଫ ଙ୍କୁ ବିଶାଳ ଓ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ଦିଆଯିବା ପରେ ରାଷ୍ଟ୍ରପତି ଟ୍ରମ୍ଫ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଭିନ୍ନ ଦ୍ଵିପାକ୍ଷିକ ପ୍ରସଙ୍ଗରେ ବିସ୍ତୃତ ଆଲୋଚନା କରିଛନ୍ତି | ଦ୍ଵିପାକ୍ଷିକ ପ୍ରତିନିଧି ସ୍ତରୀୟ ଆଲୋଚନା ପରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ଟ୍ରମ୍ଫ ନିଜ ବକ୍ତବ୍ୟ ରଖିଥିଲେ ବୋଲି ସବୁ ସଂବାଦପତ୍ର ରେ ପ୍ରକାଶ ପାଇଛି |ଏହି ଅବସରରେ ଉଭୟ ଦେଶ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା 3 ଶହ କୋଟି ଡଲାରର ପ୍ରତିରକ୍ଷା ଚୁକ୍ତି ସଙ୍କ୍ରାନ୍ତରେ ଟ୍ରମ୍ଫ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ | ସିଏଏ ସମ୍ପର୍କରେ ସେ କହିଥିଲେ ଯେ ଏହା ଭାରତର ଆଭ୍ଯନ୍ତରୀଣ ମାମଲା ଏବଂ ଭାରତ ଏହାର ସମାଧାନ ନିଜ ରାସ୍ତାରେ କରିବ |