27.02.2020

ଓଡିଶାର ବିଭିନ୍ନ ସମ୍ବାଦପତ୍ରରେ ଏହାର ସମ୍ପାଦକୀୟରେ ଉତ୍ତର ପୂର୍ବ ଦିଲ୍ଲୀ ଦଙ୍ଗା ନେଇ ପ୍ରମୁଖତାର ସହ ଖବର ପାଇଛି | ଦିଲ୍ଲୀ ଦଙ୍ଗା ଅଣାୟତ୍ତ ହୋଇଥିବା ବେଳେ ଏଥିଯୋଗୁଁ ଅନେକ ଧନ ଜୀବନ ନଷ୍ଟ ହେବା ସହ ବହୁ କ୍ଷୟ କ୍ଷତି ଘଟିଛି ବୋଲି ପ୍ରାୟ ସବୁ  ସମ୍ବାଦ ପତ୍ର ଗୁଡିକରେ ପ୍ରକାଶ ପାଇଛି |

ସମ୍ବାଦ ରେ ଦଙ୍ଗା ନେଲାଣି 27 ଜୀବନ, ସଫଳ ହେଲା ଆଉ ଏକ କାଡାଭରିକ ପ୍ରତିରୋପଣ ଓ ନବୀନ ବିଜେଡ଼ିର ସର୍ବମାନ୍ୟ ନେତା ଆଦି ପ୍ରମୁଖତାର ସହ ଉଲ୍ଲେଖ କରାଯାଇଥିବା ବେଳେ ସମାଜରେ ଦିଲ୍ଲୀ ହିଂସା ପାଇଁ ପୋଲିସ ଦାୟୀ, ପ୍ରିୟଙ୍କା ପରେ ସୁଚିତ୍ରା ଦାନ କଲେ କିଡନୀ ଓ କ୍ରମାଗତ ଅଷ୍ଟମ ଥର ଦଳର ମଙ୍ଗ ଧରିଲେ ନବୀନ ଆଦି ଶୀର୍ଷକରେ ଖବର ପ୍ରକାଶ ପାଇଛି | ସେହିପରି ପ୍ରମେୟରେ ଦିଲ୍ଲୀ ଦଙ୍ଗାରେ 27 ମୃତ, 200 ଆହତ ଓ ଭୋଟ ନୁହେଁ ହୃଦୟ ଜିଣିବାକୁ ଲଢୁଛୁ ଶୀର୍ଷକ ପ୍ରକାଶ ପାଇଛି | ପ୍ରଗତିବାଦୀରେ ଦିଲ୍ଲୀ ଦଙ୍ଗାରେ 27 ଜୀବନ ଗଲା, ନବୀନ ଅଷ୍ଟମ ଥର ଲାଗି ସଭାପତି ନିର୍ବାଚିତ, ହାର ଜିତ ନୁହେଁ ସେବା ଓ ଭଲ ପାଇବା ଲାଗି ଲଢୁଛୁ ଶୀର୍ଷକ ଦର୍ଶାଯାଇଛି |

ରାଜଧାନୀ ଦିଲ୍ଲୀ ରେ ନାଗରିକତା ସଂଶୋଧନ ଆଇନ (ସିଏଏ) ବିରୋଧୀ ଏବଂ ସମର୍ଥକଙ୍କ  ମଧ୍ୟରେ ଗତ ତିନି ଦିନ ଧରି ଚାଲିଥିବା ହିଂସାରେ 27 ଜଣ ପ୍ରାଣ ହରାଇଥିବା ବେଳେ ପ୍ରାୟ 250 ରୁ ଅଧିକ ଲୋକ ଆହତ ହୋଇଥିବା ବିଷୟ ସମ୍ବାଦପତ୍ରର ସମ୍ପାଦକୀୟରେ ପ୍ରକାଶ ପାଇଛି | ଦିଲ୍ଲୀ ହିଂସା କାଣ୍ଡ ଘଟଣା  ନେଇ ସୁପ୍ରିମକୋର୍ଟ ଓ ଦିଲ୍ଲୀ ହାଇକୋର୍ଟ ମଧ୍ୟ ଉଦବେଗ ପ୍ରକାଶ କରିଛନ୍ତି |ପୋଲିସ ସୂଚାରୁ ରୂପେ ଏହି ଘଟଣାର ମୁକାବିଲା କରିନାହିଁ ବୋଲି ସୁପ୍ରିମକୋର୍ଟ କହିଥିବା ବେଳେ ଦିଲ୍ଲୀ ହାଇକୋର୍ଟ ମଧ୍ୟ ପୋଲିସକୁ ଭର୍ସନା କରିଛନ୍ତି ଓ ଏହି ହିଂସାକାଣ୍ଡ ଘଟଣା ପାଇଁ ଦାୟୀ ଅଭିଯୁକ୍ତ ମାନଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଲାଗି ନିର୍ଦ୍ଦେଶ ଦେଇଛନ୍ତି  | ଏଥିପାଇଁ ପୋଲିସ କୁ 24 ଘଣ୍ଟା ସମୟ ଦିଆଯାଇଛି | ଅନ୍ୟପକ୍ଷରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶାନ୍ତି ଶୃଙ୍ଖଳା ବଜାୟ ରଖିବା ଲାଗି ନିବେଦନ କରିଛନ୍ତି ବୋଲି ଖବର କାଗଜ ଗୁଡିକରେ ଉଲ୍ଲେଖ କରାଯାଇଛି |

ଅଙ୍ଗଦାନ ଅଭିଯାନ ଆଗକୁ ବଢୁଥିବା ବିଷୟ ମଧ୍ୟ ଖବର କାଗଜ ଗୁଡିକରେ ପ୍ରମୁଖତାର ସହ ପ୍ରକାଶ ପାଇଛି | ଚଳିତ ମାସରେ ଦ୍ଵିତୀୟ ଥର ଲାଗି ଆପଲୋ ହସ୍ପିଟାଲରେ ଆଉ ଏକ କାଡାଭାରିକ ପ୍ରତିରୋପଣ ସଫଳ ହୋଇଥିବା ବିଷୟ ପ୍ରାୟ ସବୁ ସମ୍ବାଦ ପତ୍ରରେ ଦର୍ଶାଯାଇଛି |

ସେହିପରି ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ ଅଷ୍ଟମ ଥର ପାଇଁ ବିଜେଡ଼ି ରାଜ୍ୟ ସଭାପତି ଦାୟିତ୍ଵ ଗ୍ରହଣ କରିଥିବା ବିଷୟ ମଧ୍ୟ ପ୍ରମୁଖତାର ସହ ପ୍ରକାଶ ପାଇଛି |ଦଳୀୟ ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟାରେ ସେ 23 ତାରିଖ ଦିନ ଏକମାତ୍ର ପ୍ରାର୍ଥୀ ଭାବେ ମନୋନୟନ  ପତ୍ର ଦାଖଲ କରିଥିଲେ | ଦଳ ଗଠନ ହେବା ପରଠାରୁ ସେ ହିଁ ସଭାପତି ଭାବେ ରହି ଆସିଛନ୍ତି |ବିଜେଡ଼ି ରେ ସେହିଁ ଏକମାତ୍ର ସର୍ବମାନ୍ୟ ନେତା ବୋଲି ଏହି ନିର୍ବାଚନରୁ ସ୍ପଷ୍ଟ ପ୍ରତିଫଳିତ ହୋଇଛି ବୋଲି ସବୁ ସମ୍ବାଦପତ୍ର ସମ୍ପାଦକୀୟ ରେ ପ୍ରକାଶ ପାଇଛି |