ଶ୍ରୀଲଙ୍କାରେ କୋଭିଡ-19ର ପ୍ରଥମ ମୃତ୍ୟୁ ଘଟିଛି

ଶ୍ରୀଲଙ୍କାରେ କୋଭିଡ-19 ଯୋଗୁଁ ଶନିବାର ଦିନ ପ୍ରଥମ ମୃତ୍ୟୁ ହୋଇଥିବା ଖବର ମିଳିଛି | ସେଠାରେ ଆଉ ଚାରି ଜଣ ସଂକ୍ରମିତ ହେବା ପରେ ମୋଟ ସଂକ୍ରମିତଙ୍କ ସଂଖ୍ୟା 110ରେ ପହଞ୍ଚିଛି | ଜଣେ 65 ବର୍ଷ ବୟସ୍କ ବ୍ଯକ୍ତି କିଡନି ଏବଂ ମଧୁମେହ ରୋଗରେ ଥିବାବେଳେ କୋରନା ଆକ୍ରନ୍ତ ହେବରୁ ତାଙ୍କର ମୃତ୍ୟୁ ଘଟିଛି | ଚାରିଜଣ ସଦ୍ୟ ସଂକ୍ରମିତଙ୍କ ମଧ୍ୟରୁ ଦୁଇ ଜଣ ଚେନ୍ନାଇରୁ ଯାଇଥିଲେ | ମାର୍ଚ୍ଚ 14 ପରେ ଚେନ୍ନାଇରୁ ଫେରିଥିବା ଲୋକମାନଙ୍କ ସଂପର୍କରେ ନିକଟସ୍ଥ ସ୍ଵାସ୍ଥ୍ୟ ବିଭାଗକୁ ଜଣାଇବାକୁ କୁହାଯାଇଛି | ଯେଉଁମାନେ ଚେନ୍ନାଇରୁ ଫେରିଛନ୍ତି ସେମାନଙ୍କୁ ଏକାନ୍ତବାସ କରିବାକୁ କୁହାଯାଇଛି |

ଶ୍ରୀଲଙ୍କାରେ 9ଜଣ ରୋଗୀ ଆରୋଗ୍ୟ ହୋଇଥିବାବେଳେ 6ଜଣଙ୍କ ଅବସ୍ଥା ସଂକଟାପନ୍ନ ଥିବା କୁହାଯାଉଛି | ସେଠାରେ କର୍ଫୁ ଲାଗୁ କରାଯାଇଛି ଏବଂ ଏହାକୁ ଲଂଘନ କରି ପ୍ରାୟ 5 ହଜାର ଲୋକ ଗିରଫ ହୋଇଛନ୍ତି |