ଚୀନରେ ପ୍ରଥମ ଥର ପାଇଁ କୋରନାଭୂତାଣୁ ଜନିତ ମୃତ୍ୟର  କୌଣସି ରିପୋର୍ଟ ମିଳିନାହିଁ

ଚୀନରେ ଜାନୁଆରୀରୁ ପ୍ରତିଦିନ  ମହାମାରୀ କରୋନା ଜନିତ ମୃତ୍ୟୁ ଖବର ପ୍ରକାଶ ପାଉଥିବା ବେଳେ ପ୍ରଥମ ଥର ପାଇଁ ମଙ୍ଗଳବାର ଦିନ କୋରନା ଭୂତାଣୁ ଜନିତ ମୃତ୍ୟୁର କୌଣସି ଖବର ମିଳିନାହିଁ  ବୋଲି ଜାତୀୟ ସ୍ୱାସ୍ଥ୍ୟ କମିଶନ କହିଛି |

ଏହି ମହାମାରୀ ଆରମ୍ଭ ହୋଇଥିବା ଚୀନରେ ମାର୍ଚ୍ଚ ପରଠୁ ସ୍ଥିତିରେ କିଛିକାଂଶରେ  ସୁଧାର ପରିଲକ୍ଷିତ ହେଉଥିବା ବେଳେ ଦ୍ଵିତୀୟ ପର୍ଯ୍ୟାୟରେ ପ୍ରାୟ 1,000 ମାମଲା ବାହ୍ୟ ଦେଶରୁ ସଂକ୍ରମିତ ହୋଇଥିବା କଥା ସ୍ୱାସ୍ଥ୍ୟ ଅଧିକାରୀ ମାନେ ଜଣାଇଛନ୍ତି |