ପ୍ରତିଦିନ ଘରେ ନମାଜ ପାଠ କରିବା ଲାଗି ନିର୍ଦ୍ଦେଶ ଦେଇଛନ୍ତି  ବାଙ୍ଗଲାଦେଶ ସରକାର 

ବାଙ୍ଗଲାଦେଶର ଧାର୍ମିକ ବ୍ୟାପାରୀୟ ମନ୍ତ୍ରୀ, ଘରେ ନମାଜ ପାଠ କରିବା ଲାଗି ଲୋକମାନଙ୍କୁ ପରାମର୍ଶ ଦେଇଛନ୍ତି | ସୋମବାର ଦିନ ଏକ ନୋଟିସ ଜାରି କରାଯାଇ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଇମାମ, ମୁଆଜିନ, ଖାତିବ ଓ ଖାଦିମଙ୍କ ସମେତ ମାତ୍ର ପାଞ୍ଚ ଜଣ ମସଜିଦରେ ପ୍ରତିଦିନ ନମାଜ ପାଠ କରିପାରିବେ | 

ଶୁକ୍ରବାର ଦିନ ମସଜିଦରେ  ମାତ୍ର 10 ଜଣଙ୍କୁ ନମାଜ ପାଠ ଲାଗି ଅନୁମତି ମିଳିଥିଲା | ସରକାର ମଧ୍ୟ ଦେଶରେ କୌଣସି ଧାର୍ମିକ ଗୋଷ୍ଠୀ ଦ୍ଵାରା  ତବଲିଘ, ମିଲାଦ ମେହଫିଲ ଭଳି ଧାର୍ମିକ ଜନ ସମାଗମ ଉପରେ ପ୍ରତିବନ୍ଧକ ଲଗାଇଛନ୍ତି | ନିୟମ ଭଙ୍ଗକାରୀ ମାନଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏହି ନୋଟିସରେ ଚେତାବନୀ ଦିଆଯାଇଛି |

ସୋମବାର ଦିନ, 35 ଟି  ନୂତନ କରୋନା ସଂକ୍ରମଣ ମାମଲା  ଓ ଏହି ସଂକ୍ରମଣରେ 3 ଜଣଙ୍କ ପ୍ରାଣହାନୀ  ବିଷୟ ସଂକ୍ରାମକ ରୋଗ ବିଜ୍ଞାନ, ବ୍ୟାଧି ନିୟନ୍ତ୍ରଣ ଓ ଗବେଷଣା ପକ୍ଷରୁ କୁହାଯିବା ପରେ ଏହି ନିର୍ଦ୍ଦେଶାନାମା ଜାରି କରାଯାଇଥିଲା | ବାଙ୍ଗଲାଦେଶରେ  ଏହି ମହାମାରୀରେ ସଂକ୍ରମିତଙ୍କ ସଂଖ୍ୟା 123 ରେ ପହଞ୍ଚିଥିବା ବେଳେ ଏହି ଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା 12କୁ ବୃଦ୍ଧି ପାଇଛି |