ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗରିବ କଲ୍ୟାଣ ଯୋଜନା ଗରିବ ଲୋକ ମାନଙ୍କ ନିକଟରେ ପହଞ୍ଚାଇବା ନିଶ୍ଚିତ କରିବା ଲାଗି କେନ୍ଦ୍ରମନ୍ତ୍ରୀ ମାନଙ୍କୁ ପରାମର୍ଶ ଦେଇଛନ୍ତି 

ଗରିବ କଲ୍ୟାଣ ଯୋଜନାରୁ  ଗରିବ ଲୋକମାନେ ନିର୍ବାଧାରେ  କିପରି ଉପକୃତ ହେବେ ତାହା ନିଶ୍ଚିତ କରିବା ଲାଗି ତଦାରଖ ଜାରି ରଖିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ଵାରୋପ କରିଛନ୍ତି | ସେ କହିଛନ୍ତି  ଯେ ସମୟାନୁଯାୟୀ ଅତ୍ୟାବଶ୍ୟକୀୟ ଔଷଧ ପତ୍ର ଓ ସୁରକ୍ଷା ଉପକରଣ ଉତ୍ପାଦନ କରିବା ଲାଗି ତଦାରଖ ଜାରିରଖିବା ଉଚିତ |

ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦିଙ୍କ  ଏପ୍ରିଲ 5 ତାରିଖ ରାତି 9ଟାରେ 9 ମିନିଟ ପାଇଁ ଦୀପ ପ୍ରଜ୍ଵଳନ କରିବା ପାଇଁ ଅନୁରୋଧକୁ ସମଗ୍ର ଦେଶରେ ବ୍ୟାପକ ସମର୍ଥନ ମିଳିଥିବାରୁ ଏହାର ଭୂୟଶୀ ପ୍ରଶଂସା  କରି ମହାମାରୀ ବିରୁଦ୍ଧରେ ସଂଗ୍ରାମରେ ଦେଶବାସୀ ଐକ୍ୟବଦ୍ଧ ହୋଇଛନ୍ତି ବୋଲି  ମନ୍ତ୍ରିବୃନ୍ଦ କହିଛନ୍ତି | ଏହି ଅବସରରେ , ଶ୍ରମିକ ମାନେ ସମ୍ମୁଖୀନ ହେଉଥିବା ଅସୁବିଧା, ଆତଙ୍କ ସୃଷ୍ଟି କରିବା ଲାଗି ସାମାଜିକ ଗଣମାଧ୍ୟମ ର ଅପବ୍ୟବହାର, ଅତ୍ୟାବଶ୍ୟକୀୟ ସାମଗ୍ରୀର ଯୋଗାଣ ତଥା ବର୍ତ୍ତମାନ ର ପରିସ୍ଥିତିର ମୁକାବିଲା ଲାଗି ସମ୍ମୁଖୀନ ହେଉଥିବା  ଅନ୍ୟାନ୍ୟ ସମସ୍ୟା ଗୁଡିକ ନେଇ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା |