ବୋରିସ ଜନସନଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ  ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି  

ବୋରିସ ଜନସନଙ୍କ ସ୍ଵାସ୍ଥ୍ୟାବସ୍ଥା ଖରାପ ହେବାରୁ  ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି | ତାଙ୍କ ସ୍ବାସ୍ଥ୍ୟବସ୍ଥା ଖରାପ ଆଡକୁ ଗତିକରିବାରୁ  ତାଙ୍କ ଡାକ୍ତରୀ ଟିମଙ୍କ ପରାମର୍ଶ କ୍ରମେ ଗତକାଲି ଶ୍ରୀ ଜନସନଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ବୋଲି ସରକାରୀ ମୁଖପାତ୍ର ଜଣାଇଛନ୍ତି |କରୋନା ଭୂତାଣୁରେ ସଂକ୍ରମିତ ହୋଇଥିବାରୁ  ତାଙ୍କୁ ସେଣ୍ଟ ଥୋମାସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା |

ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯିବା ପରେ ବ୍ରିଟେନର ବୈଦେଶିକ ମନ୍ତ୍ରୀ ଡୋମିନିକ ରାବ ଅସ୍ଥାୟୀ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି | ଶ୍ରୀ ରାବ କହିଛନ୍ତି ଯେ ସରକାର  ଏହି ବିଶ୍ଵ ମହାମାରୀର ମୂଳପୋଛ କରିବାଲାଗି ସବୁମନ୍ତେ କାର୍ଯ୍ୟ କରିବେ ଓ ଐକ୍ୟବଦ୍ଧ ଭାବେ ପ୍ରଧାନମନ୍ତ୍ରୀଙ୍କ ସବୁ ଯୋଜନା ଗୁଡିକୁ କାର୍ଯ୍ୟକାରୀ କରାଯିବ |