ବିଶ୍ୱବ୍ୟାପି ମହାମାରୀ ନୋଭାଲ କରୋନାଭୂତାଣୁ ଜନିତ ମୃତ୍ୟୁ ସଂଖ୍ୟା 70,000କୁ ଟପିଛି | ଏମାନଙ୍କ ମଧ୍ୟରେ ଅଧିକାଂଶ ୟୁରୋପର ବୋଲି ଜଣାପଡିଛି | ବିଭିନ୍ନ ଦେଶର ସରକାରଙ୍କ ଠାରୁ ମିଳିଥିବା ତଥ୍ୟ ତଥା ବିଶ୍ଵସ୍ୱାସ୍ଥ୍ୟ ସଂଗଠନର ରିପୋର୍ଟ ଅନୁଯାୟୀ ଏହି ବିଶ୍ଵ ମହାମାରୀରେ 70,009 ଜଣ ପ୍ରାଣ ହରାଇଥିବା ବେଳେ ସେମାନଙ୍କ ମଧ୍ୟରେ ୟୁରୋପର 50,215 ଜଣ ଅଛନ୍ତି |
ଏହି ମହାମାରୀରେ ଇଟାଲୀ ରେ ବିଶ୍ଵର ସର୍ବାଧିକ 15,877 ଜଣ ପ୍ରାଣ ହରେଇଥିବା ବେଳେ ସ୍ପେନରେ 13,055 ଜଣ, ଆମେରିକାରେ 9,648 ଜଣ ଏବଂ ଫ୍ରାନ୍ସରେ 8,078 ଜଣ ପ୍ରାଣ ହରେଇଛନ୍ତି |