ପାକିସ୍ତାନରେ ଗତ 24 ଘଣ୍ଟା ମଧ୍ୟରେ 577ଟି ନୂତନ କୋଭିଡ-19 ମାମଲା ଜଣାପଡିବା ପରେ ଆକ୍ରାନ୍ତଙ୍କ ସଂଖ୍ୟା 4,005ରେ ପହଞ୍ଚିଛି |
ଜାତୀୟ ସ୍ୱାସ୍ଥ୍ୟ ସେବା ମନ୍ତ୍ରଣାଳୟ କହିବାନୁଯାୟୀ ପଞ୍ଜାବରେ ଏହି ମହାମାରୀରେ ସର୍ବାଧିକ 2,004 ଜଣ ଆକ୍ରାନ୍ତ ହୋଇଥିବା ବେଳେ ସିନ୍ଧରେ 986 ଜଣ, ଖାଇବର-ପଖତୁନଖ୍ୱା ରେ 500 ଜଣ, ଗିଲଗିଟ ବାଲତିସ୍ତାନରେ 211, ବାଲୁଚିସ୍ତାନରେ 202, ଇସଲାମାବାଦରେ 83 ଓ ପାକିସ୍ତାନ ଅଧିକୃତ କାଶ୍ମୀରରେ 19 ଜଣ ସଂକ୍ରମିତ ହୋଇଥିବାର ଜଣାପଡିଛି |
ପ୍ରଧାନମନ୍ତ୍ରୀ ଇମରାନ ଖାଁ ମଧ୍ୟ ବାଣିଜ୍ୟ କାରବାର ତଥା ଅସହାୟ ଲୋକଙ୍କୁ ସହାୟତା କରିବା ଲାଗି 1,200 ବିଲିୟନ ସମ୍ବଳିତ ଆର୍ଥିକ ପ୍ୟାକେଜ ଘୋଷଣା କରିଛନ୍ତି |