କରୋନାଭାଇରସ ମହାମାରୀ ବିରୁଦ୍ଧରେ ସଂଗ୍ରାମ ଲାଗି ସହାୟତା କରିବା ପାଇଁ କ୍ୟୁବାର 200 ରୁ ଅଧିକ ଜଣ ଡାକ୍ତର ଦକ୍ଷିଣଆଫ୍ରିକାରେ ପହଞ୍ଚିଛନ୍ତି |
ସମୁଦାୟ ସ୍ୱାସ୍ଥ୍ୟ ଓ ସଂକ୍ରାମକ ରୋଗ ବିଶେଷଜ୍ଞଙ୍କ ସମେତ ଡାକ୍ତର ମାନେ ସୋମବାର ସକାଳେ ସେଠାରେ ପହଞ୍ଚିବା କ୍ଷଣି ସେଠାକାର ସ୍ୱାସ୍ଥ୍ୟ ଓ ସାମରିକ କର୍ତ୍ତୃପକ୍ଷ ମାନେ ସେମାନଙ୍କୁ ପାଛୋଟି ନେଇଥିଲେ |
ଦକ୍ଷିଣଆଫ୍ରିକା ସହାୟତା ଲାଗି କ୍ୟୁବା ସରକାରଙ୍କୁ ଅନୁରୋଧ କରିବା ପରେ ଏହି ଦେଶ ଆଫ୍ରିକାର ଟୋଗୋ, କେପ ଭର୍ଦେ ଓ ଆଙ୍ଗୋଲା ସମେତ 22 ଟି ଦେଶକୁ 1,000 ରୁ ଅଧିକ ଜଣ ଡାକ୍ତରଙ୍କୁ ସହାୟତା ଲାଗି ପଠାଉଛି |
ଆଫ୍ରିକା ମହାଦେଶର ଦକ୍ଷିଣଆଫ୍ରିକାରେ ସର୍ବାଧିକ 4,546 ଟି କୋଭିଡ ମାମଲା ସହ ଏହି ମହାମାରୀରେ 87 ଜଣଙ୍କ ପ୍ରାଣହାନୀ ଘଟିସାରିଲାଣି |