1 – ସରକାର କରୋନାଭାଇରସର ମୌଳିକ ଜୈବ ପରିବର୍ତ୍ତନ ସଙ୍କ୍ରାନ୍ତୀୟ ରିପୋର୍ଟର ସମୀକ୍ଷା କରୁଛନ୍ତି |
2- ଭାରତୀୟ ରିଜର୍ବ ବ୍ୟାଙ୍କ ମ୍ୟୁଚୁଆଲ ଫଣ୍ଡ ପାଇଁ 50,000 କୋଟି ଟଙ୍କା ବିଶିଷ୍ଟ ଏକ ସ୍ଵତନ୍ତ୍ର ପାଣ୍ଠିର ବ୍ୟବସ୍ଥା କରିଛି |
3- ଦେଶରେ କରୋନା ସଂକ୍ରମିତଙ୍କ ଦ୍ଵିଗୁଣିତ ବୃଦ୍ଧି ହାର 12.5 ଦିନକୁ ପହଞ୍ଚିଛି |
4- ପର୍ଯ୍ୟାପ୍ତ ମାତ୍ରାରେ ଭେଣ୍ଟିଲେଟର ଯୋଗାଇବାକୁ ରାଜ୍ୟ ସରକାର ଗୁଡିକ କେନ୍ଦ୍ରସରକାରଙ୍କୁ ଅନୁରୋଧ କରିଛନ୍ତି |
5- ସରକାର, କ୍ଷୁଦ୍ର, ଅତି କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ (ଏମଏସଏମଇ)କୁ ସହାୟତା ପ୍ରଦାନ କରିବା ଉପରେ କାର୍ଯ୍ୟ କରୁଛନ୍ତି |
6- ଦିଲ୍ଲୀରେ, ବହି ଦୋକାନ ଖୋଲିବା ଓ ସ୍ଵରୋଜଗାର କରୁଥିବା ଲୋକମାନଙ୍କୁ କାମ କରିବା ଲାଗି ଅନୁମତି ମିଳିଛି | ଏକକିଆ ଦୋକାନ ଗୁଡିକୁ ଖୋଲିବା ପାଇଁ ପୂର୍ବରୁ ଅନୁମତି ମିଳିସାରିଛି |
7- ଲକଡାଉନ ଲାଗୁ ହେବା ପରଠୁ ଦେଶରେ ଯୋଗାଣ ଗତିବିଧି ଧୀରେ ଧୀରେ ବୃଦ୍ଧି ପାଇଛି | ଟ୍ରେନରେ ମାଲ ପରିବହନର ଅଂଶ 76 ପ୍ରତିଶତକୁ ବୃଦ୍ଧି ପାଇଛି |
8- ମହାମାରୀ ଆରମ୍ଭ ହେବା ପରେ ଆମେରିକାର ନ୍ୟୁୟର୍କ ସହରରେ ପ୍ରଥମ ଥର ଲାଗି ଦୈନିକ ସଂକ୍ରମଣ ଏବଂ ମୃତ୍ୟୁ ହାର ହ୍ରାସ ପାଇଥିବା ଖବର ମିଳିଛି |
9- ନ୍ୟୁଜିଲାଣ୍ଡର ପ୍ରଧାନମନ୍ତ୍ରୀ ଜାକିଣ୍ଡା ଆର୍ଡନ କହିଛନ୍ତି ଯେ ଦେଶରେ କରୋନାଭାଇରସର ମୂଳୋପୋଛ ହୋଇଯାଇଛି; କିନ୍ତୁ, ନାଗରିକ ମାନଙ୍କୁ ସତର୍କ ରହିବାକୁ ଅନୁରୋଧ କରିଛନ୍ତି |
10- କୋଭିଡ -19 ମହାମାରୀ ଯୋଗୁଁ ଲକଡାଉନ ଜାରି ରହିଥିବା ସତ୍ତ୍ୱେ ମଧ୍ୟ ଲେବାନନରେ ଅର୍ଥନୀତି ମାନ୍ଦାବସ୍ଥା ନେଇ ବିରୋଧ ପ୍ରଦର୍ଶନ କରାଯାଉଛି |