ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ତ ଏବଂ ମଧ୍ୟ ପ୍ରାଚ୍ୟରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନଙ୍କ ସହ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ

ବୈଦେଶିକ ମନ୍ତ୍ରୀ ଡକ୍ଟର ଏସ. ଜୟଶଙ୍କର ଭିଡିଓ କନଫରେନସିଙ୍ଗ ମାଧ୍ୟମରେ ଅଷ୍ଟ୍ରେଲିଆ, ନ୍ୟୁଜିଲ୍ୟାଣ୍ତ, ଫିଜି ଏବଂ ପପୁଆ ଏବଂ ନିଉ ଗୁନିଆ ତଥା ମଧ୍ୟ ପ୍ରାଚ୍ୟ ଦେଶମାନଙ୍କରେ ଥିବା ଭାରତୀୟ ରାଷ୍ଟ୍ରଦୂତମାନଙ୍କ ସହିତ ଗୁରୁବାର ଆଲୋଚନା କରିଛନ୍ତି  | ସରକାରୀ ଭାବେ କୁହାଯାଇଛି ଯେ ସାଂପ୍ରତିକ କରୋନା ମହାମାରୀ ମଧ୍ୟରେ ଏହିସବୁ ଦେଶମାନଙ୍କ ସହିତ ଭାରତର ସଂପର୍କକୁ ଆହୁରି ସୁଦୃଢ କରିବା ଲକ୍ଷ୍ୟରେ ଏହି ଆଲୋଚନା ହୋଇଛି |

ଏହା ବ୍ୟତିତି ଶ୍ରୀ ଜୟଶଙ୍କର ଆଙ୍ଗୋଲା, ଦିବୌତି, ପାରାଗୁଆ, ଗୁଆଟେମାଲା ଏବଂ ସେଣ୍ଟ ଭିନସେଣ୍ଟ ଗ୍ରେନାଡାଇନର ବୈଦେଶିକ ମନ୍ତ୍ରୀମାନଙ୍କ ସହିତ ମଧ୍ୟ ଟେଲିଫୋନରେ କଥା ହୋଇଛନ୍ତି |