କୋଭିଡ-19 ମହାମାରୀର ମୁକାବିଲା ପାଇଁ ବିଶ୍ଵ ଦକ୍ଷିଣ କୋରିଆର ସଫଳ କାର୍ଯ୍ୟଯୋଜନା ଏବଂ ନୀତିକୁ ଅନୁସରଣ କରିବାକୁ ଜାତିସଂଘ ମୁଖ୍ୟ କହିଛନ୍ତି | ଜାତିସଂଘ ସେକ୍ରେଟାରୀ ଜେନେରାଲ ଗୁରୁବାର କହିଛନ୍ତି ଦକ୍ଷିଣ କୋରିଆରେ ଆଉ କୌଣସି ନୂଆ ଲୋକ କରୋନାରେ ଆକ୍ରନ୍ତ ହୋଇଥିବା ଖବର ନାହିଁ |
ଏହା ବ୍ୟତିତ ଜଳବାୟୁ ପରିବର୍ତ୍ତନର ମୁକାବିଲା ପାଇଁ ଦକ୍ଷିଣ କୋରିଆ କୋଇଲା ପରିଚାଳିତ ନୂଆ କାରଖାନା ଉପରେ ପ୍ରତିବନ୍ଧ ଲଗାଇବା ସହିତ କୋଇଲା ଚାଳିତ କାରଖାନାରୁ ଗ୍ୟାସ ଉସର୍ଜନକୁ ହ୍ରାସ କରିବାକୁ ମଧ୍ୟ ଯୋଜନା କରିଛି | ଏହି ନୀତି ଅନେକ ଦେଶ ଅନୁସରଣ କରିବେ ବୋଲି ଜାତି ସଂଘ ମୁଖ୍ୟ ଆଶା ପ୍ରକାଶ କରିଛନ୍ତି | କୋରିଆରେ ଗତ 24 ଘଣ୍ଟାରେ ମାତ୍ର 4 ଜଣ ଲୋକ ସଂକ୍ରମିତ ହୋଇଛନ୍ତି ତାହା ମଧ୍ୟ ବାହାରୁ ଆସିଥିବା ଲୋକେ | ଏହାକୁ ମିଶାଇ ସେଠାରେ ମୋଟ 10765 ଜଣ ସଂକ୍ରମିତ ହୋଇଥିବାବେଳେ 247 ଜଣ ପ୍ରାଣ ହରାଇଛନ୍ତି ଏବଂ 9059 ଆରୋଗ୍ୟ ହୋଇଛନ୍ତି |