ପାକିସ୍ତାନ ଅସ୍ତ୍ର ବିରତି ଲଂଘନ କରି ଜମ୍ମୁ କଶ୍ମୀରର ପୁଞ୍ଜ ଜିଲ୍ଲାର ନିୟନ୍ତ୍ରଣ ରେଖା ଆରପଟୁ ଗୁଳି ବର୍ଷଣ କରିବାରୁ ଜଣେ ଯୁବକ ପ୍ରାଣ ହରାଇଥିବାବେଳେ ଆଉ ଜଣେ ଆହତ ହୋଇଛନ୍ତି | ଭାରତ ପକ୍ଷରୁ ମଧ୍ୟ ଏହାର ଜବାବରେ ଗୁରୁବାର ପାଲଟା ଉତ୍ତର ଦିଆଯାଇଥିଲା | ଗୋଟିଏ ମାସ ମଧ୍ୟରେ ଏହାକୁ ମିଶାଇ 24 ଦିନ ହେଲା ପାକିସ୍ତାନ ଅନବରତ ଅସ୍ତ୍ର ବିରତି ଲଂଘନ କରି ଗୁଳିଗୋଳା ବର୍ଷଣ କରୁଛି |