କରୋନାଭାଇରସ ସଂଗ୍ରାମ ଲାଗି ନେପାଳ  ସେନାବାହିନୀକୁ ଚିକିତ୍ସା ସାମଗ୍ରୀ  ଯୋଗାଣ କରିଛି ଚୀନ 

ଚୀନ, ବୁଧବାର ଦିନ  କରୋନାଭାଇରସ ସଂଗ୍ରାମ ଲାଗି ନେପାଳ  ସେନାବାହିନୀକୁ ଚିକିତ୍ସା ସାମଗ୍ରୀ  ଯୋଗାଣ କରିଛି | ନେପାଳରେ କାରୋନା ମହାମାରୀରେ 219 ଜଣ ଆକ୍ରାନ୍ତ ହୋଇଛନ୍ତି |

ପିପୁଲ୍ସ ଲିବରେସନ ଆର୍ମୀ (ପିଏଲଏ) ବିମାନ ବାହିନୀର ଏକ ବିମାନ ଯୋଗେ ବେଜିଙ୍ଗରୁ ଏହି ଚିକିତ୍ସା ଉପକରଣ ଯୋଗାଣ କରାଯାଇଛି |  ଚୀନ ଦ୍ଵାରା ଉପହାର ସ୍ୱରୂପ ଦିଆଯାଇଥିବା ଚିକିତ୍ସା ସାମଗ୍ରୀ  ଯୋଗାଣରେ  ବ୍ୟକ୍ତିଗତ ସୁରକ୍ଷା ଉପକରଣ(ପିପିଇ), ଏନ 95 ମାସ୍କ ଓ ଅନ୍ୟାନ୍ୟ ଚିକିତ୍ସା ଉପକରଣ  ରହିଛି  ବୋଲି ନେପାଳର ସେନା ମୁଖ୍ୟାଳୟରୁ ଜାରି ଏକ ପ୍ରେସ ଇସ୍ତାହାରରେ କୁହାଯାଇଛି |

ନେପାଳରେ ବୁଧବାର ଦିନ ମାତ୍ର ଗୋଟିଏ ଦିନରେ ଭାରତ-ନେପାଳ ସୀମା ଇଲାକାରୁ 26 ଜଣ ଆକ୍ରାନ୍ତଙ୍କ ସହ ମୋଟ 85 ଜଣ ଏହି ମହାମାରୀରେ ଆକ୍ରାନ୍ତ ହୋଇଥିବା ବିଷୟ ଜଣାପଡିଛି | ଏହାକୁ ମିଶାଇ  କୋଭିଡ-19 ସଂକ୍ରମିତଙ୍କ ସଂଖ୍ୟା 219ରେ ପହଞ୍ଚିଛି |