ମାର୍କେଲ, କରୋନା ଭାଇରସ ସ୍ଥିତି ଉପରେ ତୀକ୍ଷଣ ନଜର ରଖି ଅତ୍ୟଧିକ ସତର୍କତା ଅବଲମ୍ବନ କରିବାକୁ ଦେଶବାସୀ ଙ୍କୁ ନିବେଦନ କରିଛନ୍ତି ଓ ସୀମାବନ୍ଦ କଟକଣାରେ କୋହଳ କରାଯାଉଥିବା ସମୟରେ ପୁଣି ଥରେ କଡା କଟକଣା ଯେପରି ଲାଗୁକରିବାକୁ ନପଡୁ ସେଥିପାଇଁ ଅତ୍ୟନ୍ତ ସଜାଗ ରହିବାକୁ ପରାମର୍ଶ ଦେଇଛନ୍ତି |
ଜର୍ମାନୀରେ କରୋନାଭାଇରସ ଯୋଗୁଁ ଲାଗୁ କରାଯାଇଥିବା କଟକଣାକୁ ପ୍ରାୟ ଗୋଟିଏ ମାସ ପରେ ଅପ୍ରେଲ 20 ତାରିଖରୁ ଧୀରେ ଧୀରେ କୋହଳ କରିବା ଆରମ୍ଭ ହୋଇଛି | ଦେଶରେ ସାମାଜିକ ଦୂରତା ନିୟମ ଅନୁପାଳନ କରି ରେଷ୍ଟୁରାଣ୍ଟ, ସ୍କୁଲ,ଜିମ ଓ ଅନ୍ୟାନ୍ୟ କାରବାର ଲାଗି କଟକଣାରେ କୋହଳ କରାଯାଇଛି |
ଜର୍ମାନୀର କେତୋଟି ଅଞ୍ଚଳରେ ଅନ୍ୟ ଅଞ୍ଚଳ ତୁଳନାରେ ଏହି ମହାମାରୀରେ କମ ସଂଖ୍ୟାରେ ଲୋକ ଆକ୍ରାନ୍ତ ହୋଇଛନ୍ତି | ତେବେ ମାର୍କେଲ ସଦାସର୍ବଦା ସାବଧାନତାର ସହ କାର୍ଯ୍ୟ କରିବା ଲାଗି ଲୋକମାନଙ୍କୁ ଅନୁରୋଧ କରୁଛନ୍ତି |